ଆପଣାନ୍ତୁ ଏହି ସବୁ ଉପାୟ, ପାଇବେ ଆଶାତୀତ ସଫଳତା

0

ନୂଆଦିଲ୍ଲୀ : ବିଶ୍ୱାସ ଓ ସଫଳତା ମଣିଷ ଜୀବନର ଏକାନ୍ତ ଆବଶ୍ୟକ। ମଣିଷ ଯେତେ ସୁଖସୁବିଧାରେ ରୁହ ନା କାହିଁକି ତା ଜୀବନରେ ଅନେକ ସମୟରେ ସମସ୍ୟା ଦେଖାଦେଇଥାଏ। ଏହି ସବୁ ସମସ୍ୟାକୁ କିପରି ଦୂର କରାଯାଇପାରିବ ମଣିଷ ଅନବରତ ଚେଷ୍ଟା କରିଥାଏ। କିଛି ସମୟରେ ସମସ୍ୟାସବୁ ଦୂର ହୋଇଥାଏ, ଅନ୍ୟକିଛି ସମୟରେ ମଣିଷ ବିଫଳ ମଧ୍ୟ ହୋଇଥାଏ। ହିନ୍ଦୁ ଧର୍ମାମଲମ୍ବୀ ଲୋକମାନେ ସପ୍ତାହର ସମସ୍ତ ବାରକୁ ଅନୁସରଣ କରି ବିଭିନ୍ନ ଦେବାଦେବୀଙ୍କୁ ପୂଜା କରିଥାନ୍ତି। ଗୁରୁବାରକୁ ହିନ୍ଦୁ ଧର୍ମାମଲମ୍ବୀ ଲୋକମାନେ ଧନର ବାର ବୋଲି ମାନିଥାନ୍ତି। ତେବେ ଆସନ୍ତୁ ଜାଣିବା ଜୀବନରେ ଆସୁଥିବା ସମସ୍ୟା ଗୁଡିକୁ କିପରି ଦୂର କରାଯାଇପାରିବ।
୧. ଗ୍ରହ ଦୋଷ : ଜୀବନରେ ପ୍ରାୟ ସମସ୍ତ ସମସ୍ୟାପାଇଁ ଗ୍ରହ ଦୋଷ ହିଁ ମୂଳ କାରଣ ବୋଲି ବିଭିନ୍ନ ଜ୍ୟୋତିଷ କହିଥାଆନ୍ତି। ତେବେ ଏହିସବୁ ସମସ୍ୟାକୁ ଦୂରକରିବା ପାଇଁ ପ୍ରତି ଗୁରୁବାରରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ, ଧନ ଓ ଭବିଷ୍ୟତରେ ଆସିବାକୁ ଥିବା ସମସ୍ତ ସମସ୍ୟା ଦୂର ହୋଇପାରିବ।
୨. ବ୍ରାହ୍ମ ମୁହୁର୍ତ୍ତ ସମୟରେ ଉଠନ୍ତୁ : ରାତିପରେ ଓ ସୂର୍ଯ୍ୟାଦ୍ୱୟ ପୂର୍ବରୁ ଯେଉଁ ସମୟ ରହିଥାଏ ତାକୁ ବ୍ରାହ୍ମ ମୁହୁର୍ତ୍ତ କୁହାଯାଏ। ଏହି ମୁହୁର୍ତ୍ତ ସମୟରେ ମଣିଷ ଉଠିବା ଦରକାର। ଏହା ସମୟରେ ପରିବେଶ ଏକ ସକରାତ୍ମକ ଶକ୍ତି ଦେଇଥାଏ। ଏହି ଶକ୍ତି ମଣିଷକୁ ମାନସିକ ସ୍ତରରେ ସୁଦୃଢ କରିଥାଏ। ମାନସିକ ସ୍ତରରେ ମଣିଷ ସୁଦୃଢ ହେଲେ ମଣିଷ ଖୁସି ରହିଥାଏ।
୩. ବିଷ୍ଣୁଙ୍କୁ ପାର୍ଥନା : ଗୁରୁବାର ହେଉ କିମ୍ବା ଅନ୍ୟବାର ମଧ୍ୟ ଆପଣ ବିଷ୍ଣୁଙ୍କ ନିକଟରେ ଗୁଆ ଘିଅର ଦୀପ ଲଗାଇବେ। ଏହାସହ ବିଷ୍ଣୁଙ୍କ ମନ୍ତ୍ର ମଧ୍ୟ ପାଠ କରିପାରିବେ। ଏହାଦ୍ୱାରା ବିଷ୍ଣୁଙ୍କ ଆର୍ଶୀବାଦ ସଦା ସର୍ବଦା ରହିଥାଏ।
୪. ଗୁରୁଙ୍କୁ ସମ୍ମାନ : ଏହି ବାରଦିନ ଆପଣ ଗୁରୁଜନ, ଶିକ୍ଷକ, ବଡ ଭାଇଭଉଣୀ ମାନଙ୍କୁ ସମ୍ମାନ କରିବା ଦରକାର। ଏଥିସହ ଆପଣ ଗୁରୁବାର ନିଜେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ କହିପାରିବେ।
୫. କଦଳୀ ଗଛ ପୂଜା କରନ୍ତୁ : ଆପଣଙ୍କ ଘର ପାଖରେ ଥିବା କଦଳୀ ଗଛକୁ ପ୍ରତି ଗୁରୁବାର ପୂଜା କରନ୍ତୁ। ଏହା ଆପଣଙ୍କ ଗ୍ରହରେ ଥିବା ବୃହଷ୍ପତି ଓ ବିଷ୍ଣୁଙ୍କୁ ଭଲଭାବରେ ରଖିଥାଏ।
୬. ଉପବାସ : ଗୁରୁବାର ଆପଣ ଉପବାସ ରଖିବା ଦ୍ୱାରା ଆପଣଙ୍କ ଗ୍ରହ ଭଲ ରହିଥାଏ।

Leave A Reply