www.samajalive.in
Monday, December 15, 2025
14.1 C
Bhubaneswar

ଅବସର ନିଷ୍ପତ୍ତି ଧୋନିଙ୍କ ଉପରେ ଛାଡ଼ି ଦିଆଯାଉ: ପ୍ରସାଦ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି କେବେ କ୍ରିକେଟ୍‌ରୁ ଅବସର ନେବେ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବତନ ମୁଖ୍ୟ ମନୋନୟନକାରୀ ଏମ୍‌ଏସକେ ପ୍ରସାଦ କହିଥିଲେ ଧୋନି ଜଣେ ମହାନ୍‌ କ୍ରିକେଟର୍‌। ତେଣୁ ସେ କେବେ କ୍ରିକେଟ୍‌ରୁ ଅବସର ନେବେ ସେ ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ି ଦିଆଯିବା ଉଚିତ୍‌।
ମୁଖ୍ୟ ମନୋନୟନକାରୀ ଭାବେ ଦାୟିତ୍ବ ନିର୍ବାହ କରିବା ସମୟରେ ଯୁବ ଓ ପ୍ରତିଭାବାନ୍‌ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରାଯିବା ଉପରେ ଧ୍ୟାନ ଦେଉଥିଲେ ବୋଲି ପ୍ରସାଦ ମତ ଦେଇଛନ୍ତି। ସେହିପରି ଧୋନି ତାଙ୍କର ଅନ୍ୟତମ ପସନ୍ଦଯୋଗ୍ୟ କ୍ରିକେଟର୍‌ ବୋଲି ପ୍ରସାଦ କହିବା ସହ ଅଧିନାୟକ ଭା​‌େ​‌ବ ଧୋନି ଭାରତୀୟ ଦଳକୁ ଟ୍ବେଣ୍ଟି୨୦ ଓ ଦିନିକିଆ ବିଶ୍ବକପ୍‌, ଚମ୍ପିଆନ୍‌ସ ଟ୍ରଫି ଜିତାଇଥିବା ବେଳେ ଟେଷ୍ଟ ଫର୍ମାଟ୍‌ରେ ଦଳକୁ ୧ନଂ କରିଥିଲେ। ଏପରି ଜଣେ ମହାନ୍‌ କ୍ରିକେଟର୍‌ କେବେ ଅବସର ନେବେ ସେ ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ି ଦିଆଯିବା ଉଚିତ୍‌ ବୋଲି ପ୍ରସାଦ କହିଥିଲେ। ଏକଦା ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ରେ ଅମ୍ବାତି ରାୟୁଡୁଙ୍କୁ ୪ନଂ ସ୍ଥାନର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଭାବେ ପରିଗଣିତ କରାଯାଉଥିଲା। ତେବେ ଦିନିକିଆ ବିଶ୍ବକପ୍‌ ନିମନ୍ତେ ଘୋଷିତ ଦଳରୁ ରାୟୁଡୁଙ୍କୁ ବାଦ୍‌ ଦିଆଯାଇଥିଲା। ସେତେବେଳେ ପ୍ରସାଦ ମୁଖ୍ୟ ମନୋନୟନକାରୀ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ଏ ସଂପର୍କରେ ମତ ଦେଇ ପ୍ରସାଦ କହିଥିଲେ ରାୟୁଡୁଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍ ପଡ଼ିବା ନିଷ୍ପତ୍ତି ବେଶ୍‌ କଷ୍ଟକର ଥିଲା। ଏଥିପାଇଁ ସେ ଦୁଃଖିତ। ତେବେ ଯାହା ହେବାର ଥିଲା ହୋଇଯାଇଛି ଏବଂ ଏହାକୁ ନେଇ ଅଧିକ ଆଲୋଚନା କରାଯିବାର କୌଣସି ଆବଶ୍ୟକତା ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories