www.samajalive.in
Sunday, December 14, 2025
23.1 C
Bhubaneswar

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨ୟ ସଂସ୍କରଣ : ଆଜି ବେଲ୍‌ଜିୟମ-ଭାରତ ପ୍ରଥମ ମ୍ୟାଚ୍ 

ଭୁବନେଶ୍ବର : ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨ୟ ସଂସ୍କରଣରେ ବିଶ୍ବ ହକିର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ବେଲ୍‌ଜିୟମ ଶନିବାର ଓ ରବିବାର କଳିଙ୍ଗ ଷ୍ଟାଡ଼ିୟମରେ ମୁହାଁମୁହିଁ ହେବେ। ବିଶ୍ବ ଚମ୍ପିଆନ୍ ବେଲ୍‌ଜିୟମ ପ୍ରଥମ ୨ଟି ରାଉଣ୍ଡ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୩ୟ ରାଉଣ୍ଡ ମ୍ୟାଚ ଖେଳିବ। ଘରୋଇ ଭାରତ ପ୍ରଥମ ରାଉଣ୍ଡରେ ନେଦରଲାଣ୍ଡ୍‌ସକୁ ପରାସ୍ତକରି ଅଭିଯାନ ଆରମ୍ଭ କରିଛି। ଏହା ଶନିବାର ୨ୟ ରାଉଣ୍ଡ ମ୍ୟାଚ ଖେଳିବ। ଅଲିମ୍ପିକ୍‌ସ ପୂର୍ବରୁ ଦୁଇ ଦଳ ନିଜର ଶକ୍ତି ପରୀକ୍ଷା କରିବା ନେଇ ପଡ଼ିଆକୁ ଓହ୍ଲାଇବେ। ଭାରତ ଘରୋଇ ପଡ଼ିଆରେ ବିଜୟଧାରାକୁ ବଜାୟ ରଖିବା ନେଇ ଉଦ୍ୟମ କରିବ ଏବଂ ବେଲ୍‌ଜିୟମ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ଖେଳିବ।

ଭାରତ ଟୋକିଓ ଅଲିମ୍ପିକ୍‌ସ ପୂର୍ବରୁ ପରୀକ୍ଷା ନିରୀକ୍ଷା କରିବା ଲକ୍ଷ୍ୟରେ ହକି ପ୍ରୋ-ଲିଗ୍‌ ଖେଳୁଛି। ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରିନଥିବା ଭାରତ ୨ୟ ସଂସ୍କରଣର ପ୍ରଥମ ମ୍ୟାଚରେ ବିଶ୍ବର ୩ନଂ ଦଳ ନେଦରଲାଣ୍ଡସକୁ ଚମତ୍କାର ଢଙ୍ଗରେ ପରାସ୍ତକରି ବିଜୟ ସହ ମନୋବଳ ବୃଦ୍ଧି କରିଛି। ନେଦରଲାଣ୍ଡସକୁ ପ୍ରଥମ ମ୍ୟାଚ୍‌ରେ ୫-୨ ଗୋଲରେ ଓ ୨ୟ ମ୍ୟାଚକୁ ପେନାଲ୍‌ଟି ସୁଟ୍‌ଆଉଟ୍‌ ୩-୩ (୩-୧) ଗୋଲରେ ପରାସ୍ତ କରିଛି। ଏହା ୫ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି। ଯୁବ ଖେଳାଳି ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି। ମନ୍‌ଦୀପ୍‌ ସିଂହ ୨ଟି, ଲଳିତ ଉପାଧ୍ୟାୟ ୨ଟି, ରୁପିନ୍ଦରପାଲ ସିଂହ ୨ଟି, ଗୁରୁଜାନ୍ତ ସିଂହ ଗୋଟିଏ ଗୋଲ ସ୍କୋର କରିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ଚମ୍ପିଆନ ତଥା ବିଶ୍ବର ୧ନଂ ସ୍ଥାନରେ ଥିବା ବେଲଜିୟମ ୪ଟି ମ୍ୟାଚରୁ ୧୧ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଏହା ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ପେନାଲ୍‌ଟି ସୁଟ୍‌ଆଉଟ୍‌ ୬-୨ରେ, ୨ୟ ମ୍ୟାଚରେ ୪-୨ ଗୋଲରେ ପରାସ୍ତ କରିଥିବା ବେଳେ ୨ୟ ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ୬-୨ ଏବଂ ୩-୧ ଗୋଲରେ ପରାସ୍ତ କରିଛି।

- Advertisement -

ଆଜି (ଶନିବାର)ର ମ୍ୟାଚ୍‌
ଭାରତ ବନାମ ବେଲ୍‌ଜିୟମ, କଳିଙ୍ଗ ଷ୍ଟାଡ଼ିୟମ,
ସମୟ- ଅପରାହ୍ଣ ୫ଟା

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories