www.samajalive.in
Sunday, December 14, 2025
14.1 C
Bhubaneswar

ସ୍ପାମ୍‍ କଲ୍‍ ରୋକିବାରେ ଅଗ୍ରଣୀ ଟ୍ରୁ କଲର୍‍

ନୂଆଦିଲ୍ଲୀ : କଲ୍‍ କରୁଥିବା ବ୍ୟକ୍ତିଙ୍କ ନମ୍ବରରୁ ତାଙ୍କୁ ଚିହ୍ନଟ କରିବା, ସ୍ପାମ୍‍ କଲ୍‍କୁ ରୋକିବା ଏବଂ କଲ୍‍ ବ୍ଲକ କରିବା ଆଦି କ୍ଷେତ୍ରରେ ଟ୍ରୁକଲର୍‍ ଆପ୍‍ ସମଗ୍ର ବିଶ୍ୱରେ ସର୍ବାଗ୍ରେ ରହିଛି। ଏହି ସ୍ମାର୍ଟଫୋନ୍‍ ଆପ୍ଲିକେସନରେ ଫ୍ଲାଶ୍‍ ମେସେଜିଂ, କଲ୍‍ ରେକର୍ଡିଂ ଏବଂ ଇଣ୍ଟରନେଟ୍‍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଚାଟ୍‍ ଓ ଭଏସ୍‍ ସେବା ମଧ୍ୟ ଉପଲବ୍ଧ ହେଉଛି। ଏହି ସେବା ସହିତ ଏକ ମୋବାଇଲ ନମ୍ବର ଥରେ ପଞ୍ଜିକୃତ ହେବାପରେ ଉପରୋକ୍ତ ସମସ୍ତ ସେବା ଉପଲବ୍ଧ ହେଉଛି। ଆଣ୍ଡ୍ରଏଡ, ବ୍ଲାକବେରି ଓଏସ, ଆଇଓଏସ୍‍, ସିରିଜ ୪୦, ସିମ୍ବିଆନ, ଟାଇଜେନ୍‍, ବ୍ଲାକବେରି ଟେନ୍‍ ଏବଂ ୱିଣ୍ଡୋଜ୍‍ ଫୋନ୍‍ ଅପରେଟିଂ ସିଷ୍ଟମ୍‍ରେ ଏହି ଆପ୍ଲିକେସନକୁ ବ୍ୟବହାର କରାଯାଇପାରିବ। ଇତିମଧ୍ୟରେ ଏହାର ବିଶ୍ୱବ୍ୟାପୀ ମାସିକ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ୨୦ କୋଟି ଅତିକ୍ରମ କରିଥିବା ଜଣାଯାଇଛି। ଭାରତରେ ମଧ୍ୟ ଏହା ଆଣ୍ଡ୍ରଏଡ ମୋବାଇଲ ବ୍ୟବହାରକାରୀଙ୍କ ଦ୍ୱାରା ବେଶ୍‍ ଆଦୃତ ହୋଇଥିବା ଏହି ଆପ୍ଲିକେସନ ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories