www.samajalive.in
Sunday, December 14, 2025
26.1 C
Bhubaneswar

ଉପକୂଳ ସୁରକ୍ଷା ପାଇଁ ଜିଓ-ଟେକ୍ସଟାଇଲ୍‍ ଟ୍ୟୁବ ଉପଯୋଗୀ

ଭୁବନେଶ୍ୱର : ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାବେଳେ ଏହାର ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା କ୍ଷେତ୍ରରେ ଜିଓ-ଟେକ୍ସଟାଇଲ ଟ୍ୟୁବ ବିଶେଷ ଉପଯୋଗୀ ବିବେଚିତ ହେଉଛି। ଗରଓା୍ୱରେ ଟେକ୍ନିକାଲ ଫାଇବର ଲିମିଟେଡ ପକ୍ଷରୁ ପେଣ୍ଠଠାରେ ଉପକୂଳ ସୁରକ୍ଷା ନିମନ୍ତେ ଏହି ସାମଗ୍ରୀର ବ୍ୟବହାରକରି ଏକ ପ୍ରାଚୀର ନିର୍ମାଣ କରାଯାଇଛି। ଉକ୍ତ ପ୍ରକଳ୍ପର ସଫଳତା ସମ୍ପର୍କରେ କମ୍ପାନୀ ପକ୍ଷରୁ ଏଠାରେ ସାମ୍ବାଦିକଙ୍କ ନିକଟରେ ସୂଚନାଦେଇ କୁହାଯାଇଛି ଯେ ଓଡ଼ିଶାରେ ଏହି ପ୍ରକଳ୍ପ ୨୦୧୩ରୁ ୨୦୧୬ ମଧ୍ୟରେ ଗତ ୩ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି। ପେଣ୍ଠ ପ୍ରକଳ୍ପ ଉପକୂଳ ସୁରକ୍ଷା କ୍ଷେତ୍ରରେ ତ୍ରିସ୍ତରୀୟ ଜିଓ-ଟେକ୍ସଟାଇଲ ଉପଯୋଗ କରି ବେଶ୍‍ ସଫଳ ହୋଇପାରିଛି। ଫାଇଲିନ୍‍, ହୁଡହୁଡ ଏବଂ ଫଣି ବାତ୍ୟା ସମୟରେ ଜିଓ-ଟେକ୍ସଟାଇଲର ବ୍ୟବହାର ଦ୍ୱାରା ଉପକୂଳ ଅଞ୍ଚଳର ସୁରକ୍ଷାକୁ ବ୍ୟବସ୍ଥିତ କରାଯାଇପାରିଛି। ଏହା ସୁନାମୀ ତଥା ଉଚ୍ଚ ଜୁଆରରୁ ଉପକୂଳକୁ ସୁରକ୍ଷିତ ରଖି ପାରିଥାଏ।

୨୦୧୯ ଏପ୍ରିଲରେ ଫନି ବାତ୍ୟା ସମୟରେ କେନ୍ଦ୍ରାପଡା ଜିଲାର ଉପକୂଳବର୍ତ୍ତୀ ପେଣ୍ଠ ଗାଁ ତଥା ନିକଟବର୍ତ୍ତୀ ଗାଁଗୁଡ଼ିକ ଜିଓ ସିନ୍ଥେଟିକ ଟ୍ୟୁବ୍‍ର ଉପଯୋଗ ଯୋଗୁ ବିଶେଷ ପ୍ରଭାବିତ ହୋଇନଥିଲା। ଏ ସମ୍ପର୍କରେ ଗରଓା୍ୱରେ ଟେକ୍ନିକାଲ ଫାଇବର ଲିମିଟେଡ ଜିଓ ସିନ୍ଥେଟିକ ଡିଭିଜନ୍‍ର ସଭାପତି ତିରୁ କୁଲକର୍ଣ୍ଣୀ କହିଲେ, ପେଣ୍ଠ ପ୍ରକଳ୍ପ କମ୍ପାନୀର ଏକ ଦୃଷ୍ଟାନ୍ତକାରୀ ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ୱାରା ଉପକୂଳବର୍ତ୍ତୀ ଗାଁଗୁଡ଼ିକର ସୁରକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ବୃଦ୍ଧିଘଟିଛି। ପେଣ୍ଠ ଅଞ୍ଚଳବାସୀଙ୍କ ଜୀବିକା ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ। ଏପରିସ୍ଥଳେ ଜିଓ ସିନ୍ଥେଟିକ ଟ୍ୟୁବ୍‍ ରଉପଯୋଗ ଦ୍ୱାରା ୬୦୦୦ ହେକ୍ଟର ଜମିରେ ଲୁଣାପାଣି ମାଡ଼ିବାକୁ ପ୍ରତିରୋଧ କରାଯାଇପାରିଛି।

- Advertisement -

ସେ କହିଥିଲେ, ଗରଓା୍ୱରେ ଟେକ୍ନିକାଲ ଫାଇବର ସମାଜ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛି। ପେଣ୍ଠ ପ୍ରକଳ୍ପ ସମୁଦ୍ରତଟରେ ସୁରକ୍ଷା ପ୍ରାଚୀର ନିର୍ମାଣ କରୁଛି। ଏହା ଓଡ଼ିଶାର ଜଳ ସମ୍ପଦ ବିଭାଗ ଦ୍ୱାରା ଆରମ୍ଭ ହୋଇଛି। ଏହାର ଡିଜାଇନିଂ ଏବଂ ପ୍ରକଳ୍ପ ପରିଚାଳନା ପରାମର୍ଶ ଆଇଆଇଟି ମାଡ୍ରାସ ଦ୍ୱାରା କରାଯାଉଛି। ଏହି ପ୍ରକଳ୍ପରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତ ସରକାରଙ୍କ ସମନ୍ୱିତ ଉପକୂଳ ଅଞ୍ଚଳ ପରିଚାଳନା ପ୍ରକଳ୍ପ ଅନ୍ତର୍ଗତ ଏମ୍‍ଓଇଏଫ ସହାୟତାରେ ୪.୬ ନିୟୁତ ଡଲାର ବିନିଯୋଗ କରାଯାଇଛି। ଜିଓ ସିନ୍ଥେଟିକ ଟ୍ୟୁବ୍‍ର ସ୍ଥାୟିତ୍ୱ ୟୁଭି ରେଡିଏସନ୍‍ ଦ୍ୱାରା ପ୍ରଭାବିତ ହେଉଥିବାବେଳେ ଏହା ଉପରେ ବାଲିବସ୍ତା ପକାଇଲେ ଏହା ୟୁଭି ରେଡିଏସନ୍‍ରୁ ସୁରକ୍ଷିତ ରହିଥାଏ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories