www.samajalive.in
Sunday, December 14, 2025
14.1 C
Bhubaneswar

ଅଟୋ ଏକ୍ସପୋ ୨୦୨୦: ଇଭି ଇଲେକ୍‍ଟ୍ରିକ୍‍ ଦୁଇ ଚକିଆ ଯାନ ଉନ୍ମୋଚିତ

ଭୁବନେଶ୍ୱର : ଇଭି ଇଣ୍ଡିଆ ପକ୍ଷରୁ ଗ୍ରେଟର ନଏଡାରେ ଆୟୋଜିତ ଇଣ୍ଡିଆନ ଅଟୋ ଏକ୍ସପୋ ୨୦୨୦ରେ ଏହାର ଦୁଇଟି ଦୁଇ ଚକିଆ ଯାନ ‘ଟେସେରୋ’ ଓ ‘ଫୋରସେଟି’କୁ ଉନ୍ମୋନ କରାଯାଇଛି। ଇଭି ଇଣ୍ଡିଆ ହେଉଛି ଏକ ଇଲେକ୍‍ଟ୍ରିକ୍‍ ଦୁଇ ଚକିଆ ଯାନ ଷ୍ଟାର୍ଟଅପ୍‍ ସଂସ୍ଥା ଓ ଏହାର ଟେସେରୋ ହେଉଛି ଏକ ଇ-ବାଇକ୍‍ ଓ ଫୋରସେଟି ହେଉଛି ଏକ ରେଟ୍ରୋ ସ୍କୁଟର, ଯେଉଁଥିରେ ଅନେକ ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ଉଚ୍ଚ ମାନର ପ୍ରଯୁକ୍ତି ରହିଛି। ଏହି ଦୁଇ ଉତ୍ପାଦ ଖୁବଶୀଘ୍ର ବଜାରକୁ ଆସିବ। ଅଟୋ ଏକ୍ସପୋରେ ପ୍ରଦର୍ଶିତ କରାଯାଇଥିବା ଏହି ଦୁଇଯାନ ଦେଖିବାକୁ ଯେତିକି ଷ୍ଟାଇଲିସ, ସେଥିରେ ସେହି ପରିମାଣର ସୁବିଧା ସୁଯୋଗ ମଧ୍ୟ ରହିଛି।

ଏହି ଅବସରରେ ଇଭି ଇଣ୍ଡିଆର ସହ ପ୍ରତିଷ୍ଠାତା ଓ ନିର୍ଦେଶକ ଶ୍ରୀଯୁକ୍ତ ହର୍ଷ ଡିଡୱାନିଆ କହିଛନ୍ତି ଯେ, ‘ଏକ ସ୍ୱତନ୍ତ୍ର ଇଲେକ୍‍ଟ୍ରିକ ଦୁଇ ଚକିଆ ଷ୍ଟାର୍ଟଅପ୍‍ ସଂସ୍ଥା ଭାବେ ଆମେ ଆମର ସଦ୍ୟତମ ଉତ୍ପାଦକୁ ଉପସ୍ଥାପନ କରି ବହୁତ ଉତ୍ସାହିତ। ଆମେ ଦୁଇଚକିଆ ଯାନ ଚାଳକଙ୍କ ଯନ୍ତ୍ରଣା ଏବଂ ଆମ ଦେଶରେ ପରିବେଶର ସ୍ଥିତିକୁ ବହୁତ ଭଲ ଭାବେ ବୁଝିଛୁ। ସବୁ କିଛିକୁ ବିଚାରକୁ ନେଇ ଟେସେରୋ ଓ ଫୋରସେଟିକୁ ପ୍ରସ୍ତୁତ କରାଯାଇଛି, ଯାହା ଅତ୍ୟାଧୁନିକ ପ୍ରଯୁକ୍ତି ଓ ଦୁନିଆର ପରିବେଶ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ଆଣିବ। ଭାରତୀୟ ଅଟୋମୋବାଇଲ ଶିଳ୍ପ ପରିବର୍ତ୍ତନର ସମୟ ଦେଇ ଗତି କରୁଥିବା ବେଳେ ଏହି ନୂଆ ଉତ୍ପାଦଗୁଡ଼ିକ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବ ଓ ଆମେ ବଜାରରୁ ସକାରାତ୍ମକ ପ୍ରକ୍ରିୟା ହାସଲ କରିବୁ।’ ଅଟୋ ଏକ୍ସପୋ ୨୦୨୦ରେ ସ୍ଥାପନ କରାଯାଇଥିବା ଇଭି ପାଭିଲିୟନରେ ଇଭିର ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ଏଥିସହିତ କଂପାନିର ଜେନିଆ, ଫୋରୟୁ ଓ ୱିଣ୍ଡ ଉତ୍ପାଦଗୁଡ଼ିକୁ ମଧ୍ୟ ପ୍ରଦର୍ଶନ କରାଯାଇଛି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories