www.samajalive.in
Monday, December 15, 2025
15.1 C
Bhubaneswar

ବଜ୍ରକାପ୍ତାଙ୍କ ମାଧ୍ୟମରେ ବ୍ୟାପିଛି କରୋନା !

ବେଜିଂ : ବଜ୍ରକାପ୍ତା ମାଧ୍ୟମରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ହେଉଛି। ଚୀନ୍‌ର ଦକ୍ଷିଣ ଚାଇନା କୃଷି ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସଂକ୍ରମିତଙ୍କ ପରୀକ୍ଷାରୁ ଏହା ୯୯ପ୍ରତିଶତ ସାବ୍ୟସ୍ତ ହୋଇଥିବା ଦାବି କରିଛନ୍ତି ବିଶ୍ବବିଦ୍ୟାଳୟର ସଭାପତି ଲିଉ ୟାହୁଙ୍ଗ। ଏକ ହଜାରରୁ ଅଧିକ ବଣ୍ୟଜୀବଙ୍କ ମେଟାଜିନୋମ୍‌ (ମଳ,ମୂତ୍ର ଇତ୍ୟାଦି) ନମୁନା ପରୀକ୍ଷାରୁ ବଜ୍ରକାପ୍ତା ମାଧ୍ୟମରେ ସର୍ବାଧିକ ସଂକ୍ରମଣ ହେଉଥିବାର ପ୍ରମାଣ ମିଳିଥିବା ୟୁାହୁଙ୍ଗ୍‌ ଦାବି କରିଛନ୍ତି। ବଜ୍ରକାପ୍ତାଙ୍କଠାରେ ବେଟାକରୋନା ଭୂତାଣୁ ୭୦ପ୍ରତିଶତ ରହିଥିବା ଗବେଷକମାନେ ମତ ଦେଇଛନ୍ତି। ସଂକ୍ରମିତଙ୍କଠାରେ ଏହା ୯୯ପ୍ରତିଶତ ମେଳ ଖାଉଛି ବୋଲି ୟାହୁଙ୍ଗ କହିଛନ୍ତି। ଏହାଦ୍ବାରା ବଜାରରେ ବିକ୍ରି ହେଉଥିବା ଜୀବଜନ୍ତୁଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ହେଉଥିବା ନେଇ ପ୍ରଥମେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ଦୃଢ଼ୀଭୂତ ହୋଇଥିବା କୁହାଯାଉଛି। ବାଦୁଡ଼ି ମାଧ୍ୟମରେ ମଧ୍ୟ କରୋନା ଭୂତାଣୁ ମଣିଷ ଶରୀରକୁ ସଂକ୍ରମିତ ହେଉଥିବା ଏହି ରିପୋର୍ଟରେ କୁହାଯାଇଛି। ହୁବେଇ ପ୍ରଦେଶ ତଥା ଏହାର ରାଜଧାନୀ ଉହାନ୍‌ରେ ସର୍ବାଧିକ ପରିମାଣ ବଣ୍ୟଜନ୍ତୁ ଓ ଏହାଙ୍କ ମାଂସ ବିକ୍ରି ହେଉଥିବାରୁ କରୋନା ଭୂତାଣୁ ଅତି ସହଜରେ ବ୍ୟାପିଥିବା କୁହାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories