www.samajalive.in
Monday, December 15, 2025
24.1 C
Bhubaneswar

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପୁଣି ଲାଗିଲା ଶକ୍ତ ଧକ୍କା

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନ ଇସ୍‌ଲାମିକ ସହଯୋଗ ସଂଗଠନ (ଓଆଇସି) ବୈଠକ ଡକାଇବାକୁ ଯେଉଁ ନିବେଦନ କରିଥିଲା ତାହାକୁ ସାଉଦି ଆରବ ପ୍ରତ୍ୟାଖ୍ୟାନ କରିଦେଇଛି। କାଶ୍ମୀର ବିଷୟରେ ଆଲୋଚନା କରିବାକୁ ଓଆଇସି ରାଷ୍ଟ୍ରସମୂହର ବୈଦେଶିକ ମନ୍ତ୍ରୀମାନଙ୍କ ସ୍ବତନ୍ତ୍ର ବୈଠକ ପାଇଁ ପାକିସ୍ତାନ ଗତ ଡିସେମ୍ବରରେ ପ୍ରସ୍ତାବ ଦେଇଥିଲା ଏବଂ ଏହାକୁ ଭାରତ ବିରୋଧରେ ବଡ଼ କୂଟନୈତିକ ସଫଳତା ବୋଲି ପ୍ରଚାର କରିଥିଲା। ଆସନ୍ତା ୯ ତାରିଖରେ ଓଆଇସି ରିଆଦଠାରେ ଏହାର ବୈଦେଶିକ ମନ୍ତ୍ରୀମାନଙ୍କ ପରିଷଦ ପାଇଁ ବୈଠକ ଡକାଇଛି; କିନ୍ତୁ କାର୍ଯ୍ୟସୂଚୀରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇ ନାହିଁ ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ଏହି ବୈଠକ ଆହ୍ବାନ କରିବାକୁ ସାଉଦି ଆରବକୁ ନିବେଦନ କରିଥିଲେ। ପୂର୍ବରୁ ମଧ୍ୟ ପାକିସ୍ତାନର ଏଭଳି ଏକ ଆବେଦନକୁ ସାଉଦି ଆରବ ପ୍ରତ୍ୟାଖ୍ୟାନ କରିଥିଲା। ନିକଟରେ ମାଲେସିଆରେ ଅନୁଷ୍ଠିତ ଇସ୍‌ଲାମିକ ସମ୍ମିଳନୀରେ ଯୋଗଦେବା ପାଇଁ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍‌ ସଲମାନ ଇମ୍ରାନ ଖାଁଙ୍କୁ ବାରଣ କରିଥିଲେ। ଇମ୍ରାନ ବାଧ୍ୟହୋଇ ତାଙ୍କର ଗସ୍ତ ବାତିଲ କରିଥିଲେ। ଭାରତ ବିରୋଧରେ ବିଷୋଦ୍‌ଗାର ଆଶଙ୍କାରେ ଇମ୍ରାନଙ୍କୁ ସଲମାନ ଏଭଳି ବାରଣ କରିଥିଲେ। ଏଥିସହିତ ଭାରତର ବଡ଼ ସହଯୋଗୀ ଭାବେ ସାଉଦି ଆରବ ପାକିସ୍ତାନକୁ ଆର୍ଥିକ ସହାୟତା ବହୁ ପରିମାଣରେ ହ୍ରାସ କରିଛି। ଓଆଇସି କାଶ୍ମୀର ପ୍ରସଙ୍ଗରେ ନିରବ ରହୁଥିବାରୁ ପାକିସ୍ତାନକୁ ବଡ଼ ଧକ୍କା ଲାଗିଛି ଓ ଇମ୍ରାନଙ୍କ ମୁଣ୍ଡ ବିଗିଡ଼ି ଯାଇଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories