www.samajalive.in
Saturday, December 13, 2025
15.1 C
Bhubaneswar

ଦୁଇଦିନ ପୂର୍ବରୁ ଜାରିହେବ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ମାର୍ଗଦର୍ଶିକା

ଭୁବନେଶ୍ବର : ଆସନ୍ତା ୨୧ରେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି। ଏହାକୁ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସୀତାଂଶୁ ରାଉତଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସର୍କିଟ ହାଉସରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଦିଅଁଙ୍କ ନୀତିକାନ୍ତି ଅନୁସାରେ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଗତବର୍ଷ ସେବାୟତମାନେ ଅସନ୍ତୋଷ ଥିବା ସତ୍ତ୍ବେ ନୀତିନିର୍ଘଣ୍ଟର ବହୁ ପୂର୍ବରୁ ଦିଅଁଙ୍କ ମହାଦୀପ ଉଠିଥିଲା। ଚଳିତ ବର୍ଷ ଏପରି ହେବ ବୋଲି ଜିଲା ପ୍ରଶାସନ ଆଶା ବାନ୍ଧିଛି। ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଶ୍ରୀବୃଦ୍ଧି କାର୍ଯ୍ୟ ଜାରି ରଖିଥିବାରୁ ଜାଗର ଯାତ୍ରା ପୂର୍ବରୁ ଏହାର କାର୍ଯ୍ୟ ସାରିବାକୁ ବୈଠକରେ ସ୍ଥିର ହୋଇଛି। ମନ୍ଦିର ସିଂହଦ୍ବାର ସାମ୍ନାରେ ଖୋଲା ଜାଗା ଥିବାରୁ ପୁଲିସ, ଅଗ୍ନିଶମ, ଡାକ୍ତରୀ ଦଳ, ମିଡିଆ କ‌େ‌ଣ୍ଟ୍ରାଲରୁମ ଖୋଲାଯିବ। ମନ୍ଦିର ଭିତରେ ସେଲ୍‌ଫି ନେବା ଉପରେ କଟକଣା ଜାରି ହୋଇଛି।

ଯାତ୍ରା ସମୟରେ ମନ୍ଦିରର ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ମନ୍ଦିରର ଭିତର ଓ ବାହାର ଅଂଶ ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସିବ। ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଓ ଅନ୍ୟାନ୍ୟ ଯାନିଯାତ୍ରା ପାଇଁ ଆଇନ ବିଭାଗ ପକ୍ଷରୁ ୧କୋଟି ଟଙ୍କା ମଞ୍ଜୁର କରିବାକୁ ସେବାୟତଙ୍କ ପକ୍ଷରୁ ଜିଲାପାଳଙ୍କୁ ପ୍ରସ୍ତାବ ଦେବାକୁ କୁହାଯାଇଛି। ଏବର୍ଷ ଜାଗର ଯାତ୍ରାରେ ଜିଲାପାଳ ସେବାୟତ ଓ ସ୍ବେଚ୍ଛାସେବୀ ସଂଗଠନଙ୍କ ସହଯୋଗକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଏନସିସି, ସିଭିଲ ଡିଫେନସ୍ ଓ ସ୍କାଉଟ୍‌ ଗାଇଡ, ପ୍ରଦୀପ ସେବାଟ୍ରଷ୍ଟ, ମିସିଂ ଫାଉଣ୍ଡେସନ ଭଳି ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟ ସମ୍ପାଦନ ଉପରେ ଆଲୋଚନା ହୋଇଛି। ଜାଗର ଯାତ୍ରାରେ ଯାନବାହନ ନିୟନ୍ତ୍ରଣ, ପୁଲିସ ଓ ମନ୍ଦିର ପ୍ରଶାସନ ମିଳିତ ସହଯୋଗରେ ପାସ୍‌ ବଣ୍ଟନ କରିଯବ। ଯାତ୍ରା ସମୟରେ ପୁରୁଣାଭୁବନେଶ୍ବର ଅଞ୍ଚଳର ବିଦ୍ୟୁତ୍‌ ସରବରାହକୁ ନିରବଚ୍ଛିନ୍ନ ରଖିବା ଲାଗି ବିଦ୍ୟୁତ୍‌ ବିଭାଗକୁ ପରାମର୍ଶ ଦିଆଯାଇଛି।

- Advertisement -

ଜାଗରଯାତ୍ରା ସମୟରେ ମୋ’ ବସ୍‌ ଅଧିକ ସଂଖ୍ୟା‌ରେ ଚାଲିବା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି। ପୁରୁଣା ଭୁବନେଶ୍ବର ଅଞ୍ଚଳରେ ରାସ୍ତା ମରାମତି ସାଙ୍ଗକୁ ଡ୍ରେନ ଉପରେ ଘୋଡ଼ଣି ପକାଇବା ବ୍ୟବସ୍ଥା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ବିକାଶ ହେଉଥିବାରୁ ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରକୁ ଯିବା ପାଇଁ ରାସ୍ତା ଓ ଗାଡ଼ି ପାର୍କିଂ ଉପରେ କମିସନେରେଟ ପୁଲିସ ଓ ଟ୍ରାଫିକ ପୁଲିସ ସହଯୋଗରେ ଜାଗର ଯାତ୍ରା ଦୁଇ ଦିନ ପୂର୍ବରୁ ମାର୍ଗଦର୍ଶିକା ଜାରି ହେବ। ମନ୍ଦିର ପାର୍ଶ୍ବରୁ ବୁଲାଷଣ୍ଢକୁ ବିଏମ୍‌ସି ହଟାଇ ଜାମୁକୋଳି ଅଞ୍ଚଳରେ ଛାଡ଼ିବାକୁ ବୈଠକରେ ସ୍ଥିର ହୋଇଛି। ଏଥିରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ ସ୍ବାଇଁ, ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଜୋନ୍ ଏସିପି ବିଷ୍ଣୁପ୍ରସାଦ ପାତ୍ର, ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର, ଟ୍ରାଫିକ ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀ, ମନ୍ଦିର ଟ୍ରଷ୍ଟବୋର୍ଡର ସଦସ୍ୟ, ବିଏମ୍‌ସି ହସ୍ପିଟା ସିଏମଓ ଗଣେଶ ପ୍ରସାଦ ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ, ପ୍ରସନ୍ନ ଦାଶ, ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories