www.samajalive.in
Saturday, December 13, 2025
15.1 C
Bhubaneswar

କରୋନା ପ୍ରତିଷେଧକ ପ୍ରସ୍ତୁତିର ନିକଟତର ଭାରତୀୟ ଗବେଷକ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ କବଳରୁ ଲୋକଙ୍କ ଜୀବନ ରକ୍ଷା ପାଇଁ ଆଶାର କିରଣ ଦେଖାଦେଇଛି। ଅଷ୍ଟ୍ରେଲିଆର ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ କରୋନା ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ସୂଚନା ମିଳିଛି। ଅଷ୍ଟ୍ରେଲିଆର କମନୱେଲ୍‌ଥ ସାଇଣ୍ଟିଫିକ୍‌ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ସିଏସ୍‌ଆଇଆରଓ)ରେ ଏ ନେଇ ଗବେଷଣା ଚାଲିଛି ଓ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଗତ ସପ୍ତାହରେ ଡୋହେର୍ଟି ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକମାନେ ମରିଷଠାରୁ ସଂଗୃହିତ ନମୁନାରୁ କରୋନା ଭୂତାଣୁକୁ ଅଲଗା କରିବାରେ ସଫଳ ହୋଇଥିବାବେଳେ ସିଏସ୍‌ଆଇଆରଓ ଗବେଷକମାନେ ଅଧିକ ଅଗ୍ରସର ହୋଇଛନ୍ତି। ଭାରତୀୟ ପ୍ରଫେସର ଏସ୍‌ଏସ୍‌ ଭାସନ୍‌ଙ୍କ ନେତୃତ୍ବରେ ଏହାର ଗବେଷକମାନେ ଡୋହେର୍ଟିର ଗବେଷକଙ୍କୁ ଧନ୍ୟବାଦ ଜଣାଇବା ସହ ଠିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି। କରୋନା ପ୍ରତିଷେଧକ ପ୍ରସ୍ତୁତି ପ୍ରକଳ୍ପ ‘ପ୍ରେକ୍ଲିନିକାଲ ରେସପନ୍ସ’ର ମୁଖ୍ୟ ଗବେଷକ ଥିବା ଭାସନ୍‌ କହିଛନ୍ତି ଯେ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷାନିରୀକ୍ଷା ଜାରି ରହିଛି। ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ବବିଦ୍ୟାଳୟରେ ମଧ୍ୟ ପ୍ରଫେସର ଭାସନ୍‌ଙ୍କ ନେତୃତ୍ବରେ ଗବେଷଣା ଚାଲିଛି। ବିଟ୍ସ-ପିଲାନୀ ଓ ଆଇଆଇଏସ୍‌ସି-ବେଙ୍ଗାଲୁରୁରୁ ଉତ୍ତୀର୍ଣ୍ଣ ପ୍ରଫେସର ଭାସନ୍‌ ଡେଙ୍ଗୁ, ଚିକନ୍‌ଗୁନିଆ ଓ ଜିକା ଭୂତାଣୁର ପ୍ରତିଷେଧକ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories