ଆତ୍ମଘାତୀ ବିସ୍ଫୋରଣ ଉପରେ ନିଷେଧାଦେଶ

0

କାବୁଲ : ଆତ୍ମଘାତୀ ଆକ୍ରମଣ ଭଳି ମାନବିକତା ବିରୋଧୀ କାର୍ଯ୍ୟକଳାପ ଇସ୍‍ଲାମ ଧର୍ମରେ ସମ୍ପୂର୍ଣ୍ଣ ନିଷେଧ। ଏଣୁ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକଳାପଠାରୁ ଦୂରେଇ ରହିବା ନିମନ୍ତେ ଆଫଗାନିସ୍ତାନର ପ୍ରମୁଖ ଧାର୍ମିକ ଅନୁଷ୍ଠାନ ଆଫଗାନ ଉଲେମା ପରିଷଦ ପକ୍ଷରୁ ସୋମବାର ଫତୱା ଜାରି କରାଯାଇଛି। କାବୁଲଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପରିଷଦର ପ୍ରାୟ ୨୦୦୦ ସଦସ୍ୟ ଯୋଗ ଦେଇ ଆତ୍ମଘାତୀ ଆକ୍ରମଣ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପରେ ଏହା ଉପରେ ନିଷେଧାଦେଶ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ ଘୋଫ୍ରାନୁଲ୍ଲା ମୁରାଦ ଲିଖିତ ବିବୃତି ପାଠ କରି କହିଥିଲେ, ବିଶେଷକରି ନିରୀହ ମହିଳା ଏବଂ ଶିଶୁମାନେ ହିଁ ଏଭଳି ବିସ୍ଫୋରଣ ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି। ଏଣୁ ମାନବ ବିରୋଧୀ ଯୁଦ୍ଧ ବନ୍ଦ କରି ଯୁଦ୍ଧବିରତି ନିମନ୍ତେ ସହମତ ହେବା ଲାଗି ପରିଷଦ ପକ୍ଷରୁ ଆଫଗାନିସ୍ତାନ ସେନା ଏବଂ ତାଲିବାନ ତଥା ଅନ୍ୟ ଆତଙ୍କବାଦୀ ସଂଗଠନଗୁଡିକୁ ପ୍ରଥମଥର ଲାଗି ଅନୁରୋଧ କରାଯାଇଛି।

Leave A Reply