ବିହାରରେ ଚୂଡ଼ାନ୍ତ ହେଲେ ଏନଡିଏର ୨୦୧୯ ପ୍ଲାନ:ନୀତିଶଙ୍କ ଚେହେରାରେ ଲଢିବ ବିଜେପି, ଜେଡିୟୁ ଓ ଏଲଜିପି

0

ପାଟନା: ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସମ୍ପ୍ରତ୍ତି ଦେଇଥିବା ଏକ ମନ୍ତବ୍ୟ ବିହାର ଆଗାମୀ ରାଜନୈତିକ ପାଣିପାଗକୁ ସ୍ପଷ୍ଟ କରିଦେଇଛି। “ନୀତିଶ ମୋର ବଡ଼ ଭାଇ’ ବୋଲି ଉପ-ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେବା ପରେ ବିହାର ରାଜନୈତିକ ପାଣିପାଗ ପୂର୍ବାପେକ୍ଷା ସ୍ପଷ୍ଟ ହୋଇଯାଇଛି। ବିହାର ମେଣ୍ଟରେ ଜେଡିୟୁକୁ କେବଳ ଅଧିକ ଆସନ ନୁହେଁ ବରଂ ନୀତିଶଙ୍କ ଚେହେରାକୁ ନେଇ ୨୦୧୯ବୈତରଣୀ ପାରି ହେବେ ଜେଡିୟୁ, ବିଜେପି ଓ ଏଲଜିପି। ସୁଶୀଲ ମୋଦି ସୋମବାର ଦେଇଥିବା ମନ୍ତବ୍ୟରେ ଦେଶର ନେତା ନରେନ୍ଦ୍ର ମୋଦି ହୋଇଥିଲେ ମଧ୍ୟ ବିହାରର ନେତା ନୀତିଶ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ତେଣୁ ବିହାରରେ ଯେଉଁ ଭୋଟ ମିଳିବ ତାହା ନରେନ୍ଦ୍ର ମୋଦିଙ୍କ ନାମ ଓ ନୀତିଶଙ୍କ କାମ ବଳରେ ବୋଲି ସୁଶୀଲ ମୋଦି ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। ଏପରିକି ଜେଡିୟୁ ଓ ବିଜେପି ମଧ୍ୟରେ କୌଣସି ବିବାଦ ନାହିଁ। ସେହିପରି ଆସନ ବୁଝାମଣାକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ ସୁଶୀଲ ମୋଦି “ଜବ ଦିଲ ମିଲ ଗେୟା, ତବ୍‍ ସୀଟ କୌନ ସା ବଡ଼ା ଚିଜ୍‍ ହୈ’ ବୋଲି ମନ୍ତବ୍ୟ ଦେଇ ୨୦୧୯ ରଣନୀତିକୁ ଏକପ୍ରକାର ସ୍ପଷ୍ଟ କରି ଦେଇଛନ୍ତି।

Leave A Reply