www.samajalive.in
Sunday, December 7, 2025
23.1 C
Bhubaneswar

ବାଙ୍ଗିରିପୋଷି ହତ୍ୟା ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା : ବାଙ୍ଗିରିପୋଷି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି।
ସୂଚନା ଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ ବୁଢାମରା ଗ୍ରାମର ଗୁରା ସିଂ (୫୮)ଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଗତ ମଙ୍ଗଳବାର ସକାଳେ ତାଙ୍କ ଶୋଇବା ଘରେ ପଡି ଥିବାର ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଗଳା କାଟି ତାଙ୍କୁ ହତ୍ୟା କରିଛି ବୋଲି ପୁଲିସ ସନ୍ଦେହ କରିଥିଲା। ମାତ୍ର ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘର ନିକଟରେ ଥିବା ପାଳ ଗଦାରେ ହତ୍ୟା ପାଇଁ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରକୁ ପୁଲିସ ଜବତ କରିଥିଲା। ଏହାପରେ ପୁଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରକୁ ନେଇ ତଦନ୍ତ ଆରମ୍ଭ କରିଥିଲ। ଶେଷରେ ଗୁରାସିଂଙ୍କ ପୁତୁରା ମନୋଜ ସିଂ ଙ୍କୁ ସନ୍ଦେହରେ ଥାନାକୁ ଆଣି ପଚାରା ଉଚରା କରିବା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା। ଗୁରାସିଂ ପୁତୁରା ମନୋଜକୁ କାଟି ଦେବି , ମାରିଦେବି ବୋଲି କହୁଥିବାରୁ ଭୟରେ ମନୋଜ ତାଙ୍କୁ ହତ୍ୟା କରିଛି ବୋଲି କହିଥିଲା। ରାତି ନଅଟା ସମୟରେ ବଡବାପା ଗୁରା ମଦ ପିଇ ଶୋଇଥିବା ବେଳେ କୁକୁଡ଼ା କଟା ଧାରୁଆ ଅସ୍ତ୍ରରେ ମନୋଜ ତାଙ୍କୁ ହତ୍ୟା କରିବା ପରେ ପାଳଗଦାରେ ଅସ୍ତ୍ର ଲୁଚାଇଥିବା ମନୋଜ ସ୍ୱୀକାର କରିଥିବା ନେଇ ପୁଲିସ ଠାରୁ ସୂଚନା ମିଳିଛି। ଅଭିଯୁକ୍ତ ମନୋଜକୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories