ଆଣବିକ କାର୍ଯ୍ୟକ୍ରମ ବନ୍ଦ ନ କରିବା ପର୍ଯ୍ୟନ୍ତ ଜାରି ରହିବ କଟକଣା : ମାଟିସ୍‍

0

ସିଙ୍ଗାପୁର : ଉତ୍ତର କୋରିଆ ଆଣବିକ ନିରସ୍ତ୍ରୀକରଣ କଲେ ହିଁ ତା’ ଉପରେ ଲାଗୁ ହୋଇଥିବା ବାସନ୍ଦ ବ୍ୟବସ୍ଥାକୁ କୋହଳ କରାଯିବ ବୋଲି ଆମେରିକା କହିଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍‍ ମାଟିସ୍‍ ସିଙ୍ଗାପୁରଠାରେ ଅନୁଷ୍ଠିତ ନିରାପତ୍ତା ସମ୍ମିଳନୀ ଅବସରରେ ଏହି ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ୍‍ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ୍‍ ଉନ୍‍ଙ୍କ ମଧ୍ୟରେ ହେବାକୁ ଥିବା ଶିଖର ବାର୍ତ୍ତା ପରିପ୍ରେକ୍ଷୀରେ ସିଙ୍ଗାପୁରଠାରେ ଏକାଧିକ ପକ୍ଷଙ୍କୁ ନେଇ ପ୍ରାକ୍‍ ଆଲେଚନା ଚାଲିଛି। ଯେପର୍ଯ୍ୟନ୍ତ ଉତ୍ତର କୋରିଆ ତା’ର ଆଣବିକ କାର୍ଯ୍ୟକ୍ରମ ବନ୍ଦ୍‍ ନ କରିଛି, ସେଯାଏ ତା’ ବିରୋଧରେ ଲାଗୁ ହୋଇଥିବା ଜାତିସଂଘ ନିରାପତ୍ତା ପରିଷଦର ଆନ୍ତର୍ଜାତିକ କଟକଣା ଓ ବାସନ୍ଦ ବ୍ୟବସ୍ଥା ଲାଗୁ ରହିବ। ସିଙ୍ଗାପୁର ନିରାପତ୍ତା ଆଲୋଚନାରେ ଦକ୍ଷିଣ କୋରିଆ ଓ ଜାପାନ୍‍ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି।

Leave A Reply