www.samajalive.in
Monday, December 15, 2025
16.1 C
Bhubaneswar

ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ବଦଳିବ

ନୂଆଦିଲ୍ଲୀ: ଦେଶରେ ବ୍ୟବହୃତ ଔଷଧର ମୂଲ୍ୟ ନିର୍ଦ୍ଧାରଣ ପାଇଁ ନୂଆ ନିୟମ ଆସିବ। ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାର ପ୍ରଚଳିତ ନିୟମରେ ପରିବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। ନୂଆ ନିୟମରେ ଔଷଧର ଏକ ଆଧାର ମୂଲ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହେବ। ସେହି ଅନୁଯାୟୀ ଅନ୍ୟାନ୍ୟ ଔଷଧର ମୂଲ୍ୟ ନିର୍ଦ୍ଧାରଣ ହେବ। ପ୍ରଚଳିତ ବ୍ୟବସ୍ଥାରେ ପ୍ରାୟ ୮୫୦ଟି ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ସରକାରୀ ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ଏହା ମୋଟ ଔଷଧ ବଜାରର ମାତ୍ର ୨୪%। ଅନ୍ୟ ଔଷଧ କ୍ଷେତ୍ରରେ ପାଇକାରୀ ମୂଲ୍ୟସୂଚୀ ଆଧାରରେ ପ୍ରତିବର୍ଷ ନ୍ୟାଶ୍‍ନାଲ୍‍ ଫାର୍ମାସ୍ୟୁଟିକାଲ୍‍ ପ୍ରାଇସିଂ ଅଥରିଟି ମୂଲ୍ୟ ସଂଶୋଧନ କରୁଛନ୍ତି। ଔଷଧ ନିର୍ମାତାମାନେ ବାର୍ଷିକ ୧୦%ରୁ ଅଧିକ ମୂଲ୍ୟ ବୃଦ୍ଧି କରିପାରିବେ ନାହିଁ ବୋଲି ନିର୍ଦେଶ ରହିଛି। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଥିବାରୁ ୨୦୧୩ ଡିସେମ୍ବରରେ ନିତି ଆୟୋଗ ପ୍ରଚଳିତ ମୂଲ୍ୟ ନିର୍ଦ୍ଧାରଣ ନିୟମରେ ପରିବର୍ତ୍ତନ ପାଇଁ ସୁପାରିସ କରିଥିଲା।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories