www.samajalive.in
Monday, December 15, 2025
14.1 C
Bhubaneswar

୧୦ବର୍ଷରେ ମଧ୍ୟପ୍ରଦେଶର ଜନସଂଖ୍ୟା ୨୪ପ୍ରତିଶତ ବୃଦ୍ଧି; ହେଲେ ଭୋଟର ବଢିଛନ୍ତି ୪୦ ପ୍ରତିଶତ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷାର୍ଦ୍ଧରେ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପ୍ରମୁଖ ରାଜନୈତିକ ଦଳର ଚିନ୍ତାର କାରଣ ପାଲଟିଛି ମଧ୍ୟପ୍ରଦେଶର ଭୋଟରଙ୍କ ସଂଖ୍ୟା। କାରଣ ୧୦ବର୍ଷ ମଧ୍ୟରେ ମଧ୍ୟପ୍ରଦେଶର ଜନସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଭୋଟର ୪୦ପ୍ରତିଶତ ବଢିଯାଇଛନ୍ତି। କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଜୋତିରାଦିତ୍ୟ ସିନ୍ଧିଆ ଏଭଳି ରିପୋର୍ଟ ଗଣମାଧ୍ୟମରେ ଉପସ୍ଥାପିତ କରିଛନ୍ତି। ଏଥିପାଇଁ ସିନ୍ଧିଆ ବିଜେପିକୁ ଦାୟୀ କରିଛି। ଜଣେ ଭୋଟରଙ୍କ ନାମରେ ଏକକାଳୀନ ୨୬ଟି ତାଲିକାରେ ସ୍ଥାନିତ ହେବାରୁ ଭୋଟରଙ୍କ ସଂଖ୍ୟା ୪୦ପ୍ରତିଶତକୁ ବୃଦ୍ଧି ପାଇଛି। ସେହପରି ବରିଷ୍ଠ ନେତା କମଲନାଥ ମଧ୍ୟ ମଧ୍ୟପ୍ରଦେଶ ଭୋଟର ତାଲିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ରାଜ୍ୟର ଭୋଟର ତାଲିକାରେ ୬୦ ଲକ୍ଷ ଭୁତ ଭୋଟର ଥିବାର ପ୍ରମାଣ ସେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶରେ ୨୩୦ଟି ବିଧାନସଭା ଆସନ ପାଇଁ ଚଳିତ ବର୍ଷର ଶେଷରେ ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ବିଜେପି ପକ୍ଷରୁ ଏଭଳି ଭୋଟର ଲିଷ୍ଟ ଦ୍ୱାରା ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories