www.samajalive.in
Thursday, December 11, 2025
13.1 C
Bhubaneswar

ଶିବରାତ୍ରି ମେଳା ପ୍ରସ୍ତୁତି ବୈଠକରେ ତାତିଲେ ସେବାୟତ

ବଡ଼ସାହି : ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମଖିଆଲି ନୀତି ପାଇଁ ଶୁକ୍ରବାର ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୭ଦିନ ମଧ୍ୟରେ ମନ୍ଦିର ରଙ୍ଗ କାର୍ଯ୍ୟ ଆରମ୍ଭ ନହେଲେ ସମସ୍ତ ସେବାୟତ ଫେବୃଆରୀ ପହିଲାରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ଫେବୃଆରୀ ୨୧ତାରିଖ ଶୁକ୍ରବାର ଠାରୁ ଏହି ମନ୍ଦିର ପ୍ରାଙ୍ଗଣରେ ପୂର୍ବ ବର୍ଷ ପରି ଶିବରାତ୍ରି ମେଳା ଅନୁଷ୍ଠିତ ହେବ। ଏ ନେଇ ଶୁକ୍ରବାର ମନ୍ଦିର ପରିସରରେ ମୟୁରଭଞ୍ଜ ଜିଲାର ସହକାରୀ ଦେବତ୍ତୋର ଅଧିକାରୀ ତଥା ସଦର ଉପଖଣ୍ଡର ସହକାରୀ ଉପଜିଲାପାଳ ତଥା ବିଶ୍ୱରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଦିଲ୍ଲିପ କୁମାର ମହାରଣା, ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀ, ବେତନଟୀ ଅବକାରୀ ଅଧିକାରୀ, ବୈଶିଙ୍ଗା ପୁଲିସ ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ, ଆର୍‍ଡବ୍ଳୁଏସ୍‍ଏସ୍‍ ବିଭାଗର କନିଷ୍ଠ ଯନ୍ତ୍ରୀ, ବଡ଼ସାହି ଓ ବେତନଟୀ ଅଗ୍ନିଶମ ବିଭାଗର ଅଧିକାରୀବୃନ୍ଦ, ବଡ଼ସାହି ମହାବିଦ୍ୟାଳୟର ଏନ୍‍ଏସ୍‍ଏସ୍‍ ପ୍ରୋଗ୍ରାମ ଅଫିସର, ଜିପିଇଓ, ସ୍ଥାନୀୟ ସରପଞ୍ଚ, ଭିଏଲ୍‍ଡବ୍ଳୁ,, ଜିଆରଏସ୍‍ଏସ୍‍ ଓ ମନ୍ଦିର ସେବାୟତଙ୍କ ସହିତ ପ୍ରମୁଖ ଯୋଗଦେଇ ମେଳାକୁ ସରସ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ମନ୍ଦିର ପରିଚ୍ଛା ପ୍ରଦୀପ କୁମାର ପଣ୍ଡା ପୂର୍ବ ବର୍ଷ ମେଳାର ବିବରଣୀ ପାଠ ପରେ ଚଳିିତ ବର୍ଷ ପାଇଁ ଆଲୋଚନା ଆରମ୍ଭ କରିବା ମାତ୍ରେ ସେବାୟତଙ୍କ ପକ୍ଷରୁ ବଡ଼ପଣ୍ଡା ମାନସ ରଞ୍ଜନ ପଣ୍ଡା, ଦେବାଶୀଷ ରଞ୍ଜନ ଦାଶ, ଶଶୀଖେଖର ପଣ୍ଡା ଓ ଲକ୍ଷ୍ମୀଧର ପଣ୍ଡା ମନ୍ଦିର ରଙ୍ଗକାର୍ଯ୍ୟ ଅନିଶ୍ଚିତତା ସମ୍ପର୍କରେ ବିଷଦାଗାର ପ୍ରକାଶ କରିଥିଲେ। ୭ଶହ ବର୍ଷର ଐତିହ୍ୟ ବହନ କରୁଥିବା ଏହି ମନ୍ଦିର ଜିଲା ଦେବତ୍ତୋର ବିଭାଗକୁ ସିଂହଭାଗ ରାଜସ୍ୱ ପ୍ରଦାନ କରୁଥିବା ବେଳେ ପ୍ରଶାସନର ଅଣଦେଖା ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦ବର୍ଷ ଧରି ଶିବରାତ୍ରି ପୂର୍ବରୁ ରଙ୍ଗ କାର୍ଯ୍ୟ ଓ ମରାମତି କାର୍ଯ୍ୟ କରୁଥିବା ବେଳେ ଚଳିତବର୍ଷ ଅନିଶ୍ଚିତତା ଦେଖାଦେଇଛି। ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟ ପାଇଁ ବିଭାଗ ଯତ୍ନବାନ ହୋଇ ନଥିବାରୁ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ବୈଠକର ସଭାପତି ରଙ୍ଗକାର୍ଯ୍ୟ ହେବା ନେଇ ପ୍ରତିଶ୍ରୁତି ଦେବାରୁ ସଭାକାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ଏକବାର ଠାରୁ ଶିବରାତ୍ରି ମହାଦୀପ ଉଠିବା ଯାଏଁ ବ୍ରତୀମାନଙ୍କର ସୁରକ୍ଷା ଓ ନିଶୁଳ୍କ ସ୍ଥାନ ନିରୂପଣ, ଅପରାଧ ନିୟନ୍ତ୍ରଣ ପାଇଁ ମନ୍ଦିର ପରିସରରେ ସିସି କ୍ୟାମେରା ଲଗାଇବା, ନିରବଚ୍ଛିନ୍ନ ଆଲୋକ ବ୍ୟବସ୍ଥା, ପୁଲିସ ଓ ସ୍ୱେଚ୍ଛାସେବୀଙ୍କ ସେବା, ପିଇବା ପାଣି, ମନ୍ଦିର, ମେଳା ପଡିଆ ଓ ବଗିଚା ସଫେଇ, ବ୍ୟାରିକେଡ ନିର୍ମାଣ, ପଞ୍ଚାୟତରେ ଥିବା କୂପ, ନଳକୂପ ମରାମତି, ସ୍ୱାସ୍ଥ୍ୟ ଶିବିର, ଆମ୍ବୁଲାନ୍ସ ଓ ଦମକଳ ସେବା, ଶିବରାତ୍ରି ଦିନ ମେଳାରେ ଆମିଷ ଓ ମଦ ବିକ୍ରି ଉପରେ କଟକଣା ତଥା ମେଳାରେ ଜୁଆ ଖେଳ ସମ୍ପୂର୍ଣ୍ଣ ନିଷିଦ୍ଧ ସମ୍ପର୍କରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ଟ୍ରାଫିକ ବ୍ୟବସ୍ଥା ପାଇଁ ମାଣତ୍ରୀ ଛକ ଠାରୁ ଚମ୍ପାନାଞ୍ଜି ମଧ୍ୟରେ ଯାନବାହାନ ଚଳାଚଳ ନିଷିଦ୍ଧ କରାଯିବା ସହିତ ପାର୍କିଙ୍ଗର ସୁବିଧା ପାଇଁ ଗୁରୁତ୍ୱାରୋପ କରିଥିଲେ। ଶିବରାତ୍ରି ମେଳା ୧୫ଦିନ ବସିବାକୁ ଥିବା ବେଳେ ଚଳିତ ଥର ଇନ୍ଦ୍ରଭୁବନ, ରଙ୍ଗମହଲ ଓ ସ୍ୱପ୍ନମହଲ ପରି ଓଡ଼ିଶାର ନାମିଦାମୀ ୩ଟି ଯାତ୍ରାନୁଷ୍ଠାନର ଯାତ୍ରା ପରିବେଷଣ ପାଇଁ ଲକ୍ଷାଧିକ ଜନସାଧାରଣଙ୍କ ସମାଗମ ଆକଳନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories