www.samajalive.in
Tuesday, December 9, 2025
16.1 C
Bhubaneswar

କଣ୍ଟାବାଞ୍ଜି ବିଧାୟକଙ୍କ ଠେମରା ପଞ୍ଚାୟତ ଗସ୍ତ 

ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଗସ୍ତ କରି ଲୋକମାନଙ୍କ ବିଭିନ୍ନ ସମସ୍ୟାକୁ ବୁଝି ଆଗାମୀ ଦିନରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଠେମରା ପଞ୍ଚାୟତର ଠେମରା, ଜାମତରା, ଉତକେଲା, ମଲକାସଡା, ବରକାନୀ, ଫୁଳବନ୍ଧ, ମଲକାସଡା, ଗୋଲାବନ୍ଧ ଗ୍ରାମରେ ପହଞ୍ଚି ଲୋକମାନଙ୍କ ସହ ସିଧାସଳଖ ଭାବେ ଆଲୋଚନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଠେମରା ପଞ୍ଚାୟତ ସରପଞ୍ଚ ଲିଲାବତୀ ବାଗ, ଜିଲ୍ଲା ପରିଷଦ ସଦସ୍ୟା ଛନ୍ଦାରାଣୀ ନାଏକ, ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ସିନେ୍ଧକେଲା ସମିତି ସଭ୍ୟ ଧନୁ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶତାଧିକ ଲୋକ ଉପସ୍ଥିତ ରହି ସ୍ୱାଗତ କରିବା ସହିତ ବିଧାୟକଙ୍କୁ ଅଞ୍ଚଳର ସମସ୍ୟା ସହିତ ବ୍ୟକ୍ତିଗତ ସମସ୍ୟା ଜଣାଉଥିଲେ। ସବୁ ସମସ୍ୟା ଗୁଡିକ ସମାଧାନ କରାଯିବ ବୋଲି ବିଧାୟକ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଜେଡି ଦଳର କର୍ମୀ ଶଶିଧର ବାଗ, ସଞ୍ଜିତ ଛୁରା, ଗୁରୁବାରୁ ବଚ୍ଛା କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଲୋକମାନେ ମୁଖ୍ୟତଃ ରାସ୍ତା, ଭତ୍ତା, ରାସନ କାର୍ଡ ସମସ୍ୟା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories