www.samajalive.in
Monday, December 15, 2025
17.1 C
Bhubaneswar

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୦୪

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡରେ ଚାଲିଥିବା ପ୍ରଥମ ଟି-୨୦ରେ ଭାରତ ପାଇଁ ୨୦୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଘରୋଇ ଦଳ। ରସ୍‌ ଟେଲର, କେନ୍‌ ଉଇଲିୟମସନ୍ସ ଏବଂ କୋଲିନ ମୁନରୋଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳଦରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନ୍‌ କରିବାରେ ସଫଳ ହୋଇଛି। ମାର୍ଟିନ ଗୁପ୍‌ଟିଲ ଏବଂ ମୁନରୋଙ୍କ ଦୃଢ଼ ପ୍ରାରମ୍ଭ ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା। ଗୁପ୍‌ଟିଲ ୧୯ ବଲରେ ୩୦ ରନ୍‌ ସଂଗ୍ରହ କରିଥିବାବେଳେ ମୁନରୋ ୪୨ ବଲରେ ୫୯ ରନ୍‌ କରି ଆଉଟ୍‌ ହୋଇଥିଲେ। ଉଇଲିୟମସନ୍‌ ୨୬ ବଲରେ ୫୧ ଏବଂ ଟେଲର ୨୭ ବଲରେ ୫୪ ରନ୍‌ କରିଥିଲେ।

ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାରତୀୟ ବୋଲରମାନେ ସଅଳ ଉଇକେଟ ନେବାରେ ବିଫଳ ହୋଇଥିଲେ। ନ୍ୟୁଜିଲାଣ୍ଡ ୭.୫ ଓଭରରେ ୮୦ ରନ୍‌ କରିଥିବାବେଳେ ଦୁବେ ଗୁପ୍‌ଟିଲଙ୍କୁ ଆଉଟ କରି ଭାରତ ପାଇଁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ କ୍ରମାଗତ ଭାବେ ୧୧୬ରେ ୨ୟ ଏବଂ ୧୧୮ରେ ୩ୟ ଉଇକେଟର ପତନ ହୋଇଥିଲେ ହେଁ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋର କରିବାରୁ ଅଟକାଇ ପାରି ନ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମରା, ଶାର୍ଦୁଲ ଠାକୁର, ରବୀନ୍ଦ୍ର ଜାଡେଦା, ଶିବମ ଦୁବେ ଏବଂ ୟୁଜଭେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ। ସୂଚନାଯୋଗ୍ୟ, ଭାରତର ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ୫ଟି ଟି-୨୦, ୩ଟି  ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories