www.samajalive.in
Tuesday, December 9, 2025
15.1 C
Bhubaneswar

ଶତାବ୍ଦୀ ଧରି ସୂର୍ଯ୍ୟ ମନ୍ଦିର ସୁରକ୍ଷିତ ଥିଲା ଓ ରହିବ: କେନ୍ଦ୍ର ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ

କୋଣାର୍କ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଓଡିଶା ଗସ୍ତରେ ଆସି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଣଗାନ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର କେତେ ସୁରକ୍ଷିତ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ କହିଛନ୍ତି ଯେ, ଶତାବ୍ଦୀ ଧରି ସୂର୍ଯ୍ୟ ମନ୍ଦିର ସୁରକ୍ଷିତ ଥିଲା ଏବଂ ଆଗାମୀ ଦିନରେ ସୁରକ୍ଷିତ ରହିବ। ଏହାର ସୁରକ୍ଷାର ଦାୟିତ୍ବ ସରାକାରଙ୍କ ବୋଲି ସେ କହିଛନ୍ତି।

tourism-minister-prahlad-singh-patel-at-konarka

- Advertisement -

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେଠାରୁ ସେ ସିଧାସଳଖ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ଯାତ୍ରା ଅରମ୍ଭ କରିଥିଲେ। ସେଠାରେ ପହଞ୍ଚିଲା ପରେ ମନ୍ତ୍ରୀ ପ୍ରହଲ୍ଲାଦ ସିଂ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବା ସହ କିଛି ବିଦେଶୀ ପର୍ଯ୍ୟଟକଙ୍କ ସହ ବର୍ତ୍ତାଳାପ କରିଥିଲେ। ପରେ ଆଇଓସିଏଲ୍‌ର ବାଖ୍ୟାନ କେନ୍ଦ୍ରରେ ବିଶ୍ରାମ ନେବା ପରେ ମଧ୍ୟାହ୍ନ ଭୋଜନ କରି ସେଠାରୁ ଇକୋ ରିଟ୍ରିଟ୍ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ସେଠାରେ ଆୟୋଜିତ ଦୁଇ ଦିନିଆ ସର୍ବଭାରତୀୟ ପର୍ଯ୍ୟଟନ ସମ୍ମିଳନୀର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଦିନ ୩ଟାରେ ସମ୍ମିଳନୀରେ ଯୋଗ ଦେବେ ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories