www.samajalive.in
Monday, December 15, 2025
24.1 C
Bhubaneswar

ଫେବୃଆରୀ ୧ରେ ନିର୍ଭୟା ଦୋଷୀଙ୍କ ଫାଶୀ ଅନିଶ୍ଚିତ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଦେବା ନେଇ ପୁନର୍ବାର ଅନିଶ୍ଚିତତା ଦେଖାଯାଇଛି। ପୂର୍ବରୁ ଜାନୁଆରୀ ୨୨ରେ ଦୋଷୀମାନଙ୍କୁ ଫାଶୀ​‌ ଦେବା ଲାଗି ଅଦାଲତ ପରୱାନା ଜାରି କରିଥିବାବେଳେ ଏହା ସମ୍ଭବ ହୋଇପାରି ନଥିଲା। ଫଳରେ ଫେବୃଆରୀ ୧ରେ ଫାଶୀ ଲାଗି ଦ୍ବିତୀୟ ଥର ୱାରେଣ୍ଟ ଜାରି ହୋଇଥିଲା; ମାତ୍ର ଏହି ଦିନ ମଧ୍ୟ ଦୋଷୀଙ୍କୁ ଫାଶୀ ଦେବାର ଅନିଶ୍ଚିତତା ରହିଛି। କାରଣ ୪ ଦୋଷୀଙ୍କ ମଧ୍ୟରୁ କେବଳ ମୁକେଶ କୁମାର ସିଂହ ଓ ବିନୟ ଶର୍ମା ପୁନର୍ବିଚାର ଆବେଦନ କରିଥିବାବେଳେ ଅନ୍ୟ ଦୁଇଜଣ ପୱନ ଗୁପ୍ତା, ଅକ୍ଷୟ କୁମାର ସିଂହ ସେମାନଙ୍କର ପୁନର୍ବିଚାର ଆବେଦନ କରି ନାହାନ୍ତି। ପୁନର୍ବିଚାର ଆବେଦନ ପରେ ଏମାନଙ୍କ ପାଖରେ ରାଜକ୍ଷମା ଆବେଦନ କରିବାର ସୁଯୋଗ ରହିବ। ସେହିପରି ଏକମାତ୍ର ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଅଗ୍ରାହ୍ୟ ହୋଇଥିବାବେଳେ ବିନୟର ରାଜକ୍ଷମା ଆବେଦନ ବିଚାରାଧୀନ ରହିଛି। ଗୋଟିଏ ପଟେ ବିନୟ ରାଜକ୍ଷମା ଆବେଦନ ବିଚାରାଧୀନ ରହିଥିବାବେଳେ ଅନ୍ୟପଟେ ସେ ଅଭିଯୋଗ କରିଛି ଯେ ତାର ବିନା ଅନୁମତିରେ ବା ସ୍ବାକ୍ଷରରେ ଜେଲ୍‌ କର୍ତ୍ତୃପକ୍ଷ ଏପରି ଆବେଦନ କରିଛନ୍ତି। ତେଣୁ ରାଜକ୍ଷମା ଆବେଦନକୁ ପ୍ରତ୍ୟାହାର କରିନେବା ଲାଗି ବିନୟ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛି। ଉଭୟ ରାଜକ୍ଷମା ଆବେଦନ ଓ ପ୍ରତ୍ୟାହାର ଆବେଦନ ରାଷ୍ଟ୍ରପତିଙ୍କ ବିଚାରାଧୀନ ରହିଛି। ତେଣୁ ଏପରିସ୍ଥିତିରେ ଦୋଷୀଙ୍କୁ ଆଗାମୀ ଧାର୍ଯ୍ୟ ତାରିଖରେ ଫାଶୀ ଦେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ସେହିପରି ଦୋଷୀଙ୍କୁ ଅଲଗା ଜଣ ଜଣ କରି ଫାଶୀ ଦେବାକୁ ଅଦାଲତ ବାରଣ କରିଛନ୍ତି। କାରଣ ୧୯୮୨ରେ ହରିବଂଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟରେ କହିଥିଲେ ଯେ ଗୋଟିଏ ମାମଲାର ଦୋଷୀମାନଙ୍କୁ ଅଲଗା ଫାଶୀ ଦିଆଯାଇପାରିବ ନାହିଁ।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories