www.samajalive.in
Monday, December 15, 2025
24.1 C
Bhubaneswar

ଡି’କକ୍‌ ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ ଅଧିନାୟକ

ଜୋହାନ୍‌ସବର୍ଗ : ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ଭାବେ କ୍ବିଣ୍ଟନ ଡି’କକ୍‌ଙ୍କୁ ନିଯୁକ୍ତ କରାଯାଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଫାଫ୍‌ ଡୁପ୍ଲେସିଙ୍କ ସ୍ଥାନରେ ଡି’କକ୍‌ଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଆସନ୍ତା ଫେବୃଆରୀ ୪ରୁ ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଡି’କକ୍‌ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ବ ନେବେ। ଏହି ସିରିଜ୍‌ ପାଇଁ ୧୫ ଜଣିଆ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ଏହି ଦଳରେ ଡୁପ୍ଲେସିଙ୍କୁ ସ୍ଥାନ ମିଳି ନାହିଁ। ତେବେ ଦିନିକିଆରେ ଡୁପ୍ଲେସିଙ୍କ କ୍ୟାରିୟର ଶେଷ ହୋଇ ନାହିଁ ବୋଲି ମନୋନୟନକାରୀ ଲିଣ୍ଡା ଜୋଣ୍ଡି କହିଛନ୍ତି। ଏହି ସିରିଜ୍‌ ପାଇଁ ଡୁପ୍ଲେସି ଓ ରାବାଡାଙ୍କୁ ବିଶ୍ରାମ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ୨୦୨୩ରେ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଆୟୋଜିତ ହେବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଡି’କକ୍‌ଙ୍କୁ ଦଳର ଅଧିନାୟକ ଭା​‌େ​‌ବ ନିଯୁକ୍ତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର କାର୍ଯ୍ୟକାରୀ ନିର୍ଦେଶକ ଗ୍ରାହାମ୍‌ ସ୍ମିଥ୍‌ ନିଜ ପ୍ରତିକ୍ରିୟାରେ ଡି’କକ୍‌ଙ୍କ ନିକଟରେ ଦଳକୁ ନେତୃତ୍ବ ଦେବାର ଦକ୍ଷତା ଥିବା କହିଛନ୍ତି। ୨୭ ବର୍ଷୀୟ ଡି’କକ୍‌ ପୂର୍ବରୁ ୨ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଇ ସାରିଛନ୍ତି।

ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ : କ୍ବିଣ୍ଟନ୍‌ ଡି’କକ୍‌ (ଅଧିନାୟକ), ଟେମ୍ବା ବାଭୁମା, ବ୍ରିଜନ୍‌ ଫଟ୍ବିନ୍‌, ବୈରାନ୍‌ ହେନ୍‌ଡ୍ରିକ୍‌ସ, ରେଜା ହେନ୍‌ଡ୍ରିକ୍‌ସ, ସିସନ୍ଦା ମାଗାଲା,ଜନେମନ୍‌ ମାଲାନ୍‌, ଡେଭିଡ୍‌ ମିଲର୍‌, ଆନ୍ଦିଲେ ଫେଲୁକ୍ବାୟୋ, ଲୁଙ୍ଗି ଏନ୍‌ଗିଡ଼ି, ତବରିଜ୍‌ ସାମସି, ଲୁଥୋ ସିପମ୍‌ଲା, ଜନ-ଜନ୍‌ ସ୍ମୁଟ୍‌, ଭାନ୍‌ଡର ଡୁସେନ୍‌, କେଲ୍‌ ଭେରିନେ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories