www.samajalive.in
Monday, December 15, 2025
17.1 C
Bhubaneswar

ସହରୀ ଗରିବଙ୍କ ପାଇଁ ନିର୍ମାଣ ହେବ ୧.୫ ଲକ୍ଷ ଗୃହ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର)ରେ ୧.୫ ଲକ୍ଷ ଗୃହ ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ଗୁରୁବାର ଏହି ସୂଚନା ପ୍ରଦାନ କରିଛନ୍ତି। ଏନେଇ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁସାରେ ୭,୨୨୭ କୋଟି ଟଙ୍କା ବିନିମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର)ରେ ଗରିବ ଲୋକଙ୍କ ନିମନ୍ତେ ୧.୫ ଲକ୍ଷ ଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଅନୁମୋଦନ ଏବଂ ପର୍ଯ୍ୟବେକ୍ଷଣ କମିଟିର ୩୪ତମ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏଥିରେ ଆନ୍ଧ୍ରପ୍ରଦେଶରେ ୫୬,୫୧୨ ଘର, ଉତ୍ତରପ୍ରଦେଶରେ ୨୩,୬୦୦ ଘର, ମଧ୍ୟପ୍ରଦେଶରେ ୧୭,୯୨୦ ଘର, ଝାରଖଣ୍ଡରେ ୧୪,୫୨୬ ଏବଂ ମହାରାଷ୍ଟ୍ରର ୧୩,୫୦୬ ଘର ନିର୍ମାଣ କରାଯିବ। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଛତିଶଗଡ଼, ରାଜସ୍ଥାନ, ପଞ୍ଜାବ ଏବଂ ଓଡ଼ିଶାରେ ଗୃହ ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories