www.samajalive.in
Sunday, December 14, 2025
19.1 C
Bhubaneswar

୨ଦିନିଆ କୋଲକାତା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୧ ଏବଂ ୧୨ ଦୁଇଦିନ କୋଲକାତା ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କୋଲକାତାରେ ପୁନରୁଦ୍ଧାର ହୋଇଥିବା ୪ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ରହିଛି ପୁରୁଣା କରେନ୍ସି ଭବନ, ବେଲଭେଡିଅର ହାଉସ, ମେଟକାଫ ହାଉସ ଏବଂ ଭିକ୍ଟୋରିଆ ମେମୋରିଆଲ ହଲ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ୪ଟି ଐତିହାସିକ ଅଟ୍ଟାଳିକାର ପୁନରୁଦ୍ଧାର କରିଛି। ଏହି ପ୍ରକ୍ରିୟାରେ ଅଟ୍ଟାଳିକାଗୁଡ଼ିକର ଐତିହାସିକ ସ୍ୱରୂପକୁ ଅକ୍ଷୂର୍ଣ୍ଣ ରଖାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ମୋଦୀ ବର୍ତ୍ତମାନ ଏବଂ ଅବସର ପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଣ୍ଠିରେ ଅର୍ଥରାଶିର ଅଭାବ ପୂରଣ କରିବା ଲାଗି ୫୦୧ କୋଟି ଟଙ୍କା ଅର୍ଥରାଶିର ଚେକ ପ୍ରଦାନ କରିବେ। କୋଲକାତା ପୋର୍ଟ ଟ୍ରଷ୍ଟର ୧୦୫ ଏବଂ ୧୦୦ ବର୍ଷ ବୟସର ଦୁଇ ଜଣ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ନଗୀନା ଭଗତ ଏବଂ ନରେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ସେ ପୋର୍ଟ ଟ୍ରଷ୍ଟ ସହ ଜଡ଼ିତ ଏକ ସ୍ୱତନ୍ତ୍ର ସଂଗୀତ ମଧ୍ୟ ଉନ୍ମୋଚନ କରିବେ।

- Advertisement -

ପ୍ରଧାନମନ୍ତ୍ରୀ ସୁନ୍ଦରବନର ୨୦୦ ଆଦିବାସୀ ଛାତ୍ରୀଙ୍କ ଲାଗି ଏକ ଦକ୍ଷତା ବିକାଶ କେନ୍ଦ୍ର ଏବଂ ପ୍ରୀତିଲତା ଛାତ୍ରୀ ନିବାସର ଉଦଘାଟନ କରିବେ। ପୋର୍ଟ ଟ୍ରଷ୍ଟ ପକ୍ଷରୁ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ମାନ୍ୟତା ପ୍ରାପ୍ତ ସଂସ୍ଥା ସୁନ୍ଦରବନ ଗୋସାବାର ପୂର୍ବାଞ୍ଚଳ କଲ୍ୟାଣ ଆଶ୍ରମ ସହ ମିଶି ଏହି ପ୍ରକଳ୍ପ ବିକଶିତ କରାଯାଇଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories