www.samajalive.in
Saturday, December 13, 2025
26.1 C
Bhubaneswar

ଭଟ୍ଟାରିକାରେ ଡଙ୍ଗାବୁଡି ଯୁବ ଇଂଜିନିୟର ନିଖୋଜ

ବଡମ୍ବା: କଟକ ଜିଲା ବଡମ୍ବା ଭଟ୍ଟାରିକା ପୀଠସ୍ଥ ମହାନଦୀରେ ଡଙ୍ଗାବୁଡି ଜଣେ ଯୁବ ଇଂଜିନିୟର ନିଖୋଜ ହୋଇଯାଇଥିବା ବେଳେ ତାଙ୍କର ଅନ୍ୟ ଦୁଇ ଜଣ ସାଥୀ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡିଛି। ନିଖୋଜ ଥିବା ବ୍ୟକ୍ତି ଜଗତସିଂହପୁରର ଏନଜେନ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ କମ୍ପାନୀର ଡେପୁଟି ମ୍ୟାନେଜର ସୁନୀଲ କୁମାର ସାହୁ ବୋଲି ଜଣାପଡିଛି। ଡଙ୍ଗାବୁଡି ଖବରପାଇ ବଡମ୍ବା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜଥିବା ବ୍ୟକ୍ତିଙ୍କୁ ଖୋଜା ଖୋଜି କରିଥିଲେ। କିନ୍ତୁ ନିଖୋଜ ବ୍ୟକ୍ତିଙ୍କର କୌଣସି ଖୋଜ ଖବର ପାଇନଥିଲେ। ଅନ୍ଧାର ହୋଇଯିବାରୁ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କାର୍ଯ୍ୟ ବନ୍ଦ କରିଥିଲେ। ଆସନ୍ତାକାଲି ସକାଳେ ଓଡ୍ରାଫ ଟିମ ସହାୟତାରେ ପୁଣିଥରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ ଜଗତସିଂହପୁରର ଏନଜେନ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ କମ୍ପାନୀର ୩୫ ଜଣ କମଚାରୀ ଶୁକ୍ରବାର ପିକନିକ୍ ପାଇଁ ଭଟ୍ଟାରିକା ଆସିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଡିପିଏମ ସୁନୀଲ ସାହୁ,ଅଞ୍ଜନ କୁମାର ନାୟକ ଏବଂ ସୁପରଭାଇଜର ନବକିଶୋର ମହାନ୍ତି ସମସ୍ତଙ୍କ ବାରଣ ସତ୍ତେ ନଦୀକୂଳରେ ଥିବା ଏକ ହୁଲିଆ ଡଙ୍ଗାକୁ ନିଜେ ନିଜେ ଚଳାଇ ନଦୀ ଭିତରକୁ ଯାଇଥିଲେ। ମହାନଦୀର ଗଭୀର ଜଳରାଶି ଏବଂ ପ୍ରଖର ସ୍ରୋତରେ ଉକ୍ତ ଡଙ୍ଗାଟି ଭାରସାମ୍ୟ ହରାଇ ହଠାତ ବୁଡିଯାଇଥିଲା। ପହଁରି ପହଁରି ସୁପରଭାଇଜର ନବକିଶୋର ମହାନ୍ତି ଏବଂ ଅଞ୍ଜନ କୁମାର ନାୟକ କୌଣସିମତେ ଜୀବନ ରକ୍ଷାକରି କୂଳକୁ ଆସିଯାଇଥିବା ବେଳେ ଡିପିଏମ ସୁନୀଲ ସାହୁ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories