www.samajalive.in
Monday, December 15, 2025
27.1 C
Bhubaneswar

କପିଳେଶ୍ବର ମନ୍ଦିରର ବିକାଶ : ଏକାମ୍ର ଐତିହ୍ୟ କରିଡରରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ଭୁବନେଶ୍ୱର : ଏକାମ୍ରର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳେଶ୍ବର ମନ୍ଦିରର ବିକାଶ ସହ ରାଜ୍ୟ ସରକାରଙ୍କ ଏକାମ୍ର ଐତିହ୍ୟ କରିଡରରେ ସାମିଲ ପାଇଁ କପିଳେଶ୍ବର ଉନ୍ନୟନ କମିଟି ପକ୍ଷରୁ ଦାବି ହୋଇଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କପିଳେଶ୍ବର ମନ୍ଦିରର ସୌନ୍ଦର୍ଯ୍ୟକରଣ ବିଷୟରେ ଆଲୋଚନା କରିବା ସହ ପ୍ରାଚୀନ ଐତିହ୍ୟର ସୁରକ୍ଷା ପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ରାଉତରାୟଙ୍କ ଦାବି ଗ୍ରହଣ କରିବା ସହ ପରବର୍ତ୍ତୀ ସମୟରେ ମନ୍ଦିରର ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ପୂର୍ତ୍ତ ସଚିବ କିଷନ କୁମାରଙ୍କୁ ଅଭିଯୋଗପତ୍ର ଦିଆଯାଇଥିବା କମିଟିର ସଭାପତି ଅରବିନ୍ଦ ମଲିଆ କହିଛନ୍ତି। ଆସନ୍ତାକାଲି କମିଟି ତରଫରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରି ମନ୍ଦିରର ବିକାଶ ପାଇଁ ଦାବି କରିବେ। ସୂଚନାଯୋଗ୍ୟ କି, ଶ୍ରୀଲିଙ୍ଗରାଜ ମନ୍ଦିର ନୈରୁତ କୋଣର ଏକମାଇଲ ଦୂରରେ କପିଳେଶ୍ବର ମନ୍ଦିର ଅବସ୍ଥିତ। ଏହି ମନ୍ଦିରରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଖିଦୃଶିଆ ବିକାଶ କରାଯାଇ ନାହିଁ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories