www.samajalive.in
Monday, December 15, 2025
27.1 C
Bhubaneswar

ବର୍ଜ୍ୟ‌େ‌ର ସଜ୍ଜିତ ମୁକ୍ତାକାଶ କାଫେ

ଭୁବନେଶ୍ୱର : ତାରକା ହୋଟେଲ ନୁହେଁ, କିନ୍ତୁ ସାଜସଜ୍ଜା ଠିକ୍‌ ସେପରି। ବିଳାସପୂର୍ଣ୍ଣ କୋଠା ନୁହେଁ, ମୁକ୍ତାକାଶରେ ଖୋଲିଛି କାଫେ। ରାଜଧାନୀରେ ବର୍ଜ୍ୟବସ୍ତୁରୁ ସଜ୍ଜିତ ହୋଇଥିବା ଏକ ମୁକ୍ତାକାଶ କାଫେ ଏବେ ସ୍ଥାନୀୟ ଲୋକଙ୍କ ମନ କିଣୁଛି। ସନ୍ଧ୍ୟା ହେଲେ ଦେଖଣାହାରୀ ଏବଂ ଗ୍ରାହକଙ୍କ ଭିଡ଼ ଜମୁଛି। କେହି କେହି ସେଲ୍ଫି ଉଠାଇ ଖୁବ୍‌ ମଜା ଉଠାଉଛନ୍ତି। ଯୁବପିଢ଼ିଙ୍କୁ ଏହା ବେଶ୍‌ ଆକର୍ଷିତ କରୁଛି। ବର୍ଜ୍ୟବସ୍ତୁରୁ ଅନେକ ମନଜିଣା ଘର ସଜା ସାମଗ୍ରୀ ନିଜ ହାତରେ ତିଆରି କରି ମୁକ୍ତାକାଶ କାଫେରେ ସଜାଇଛନ୍ତି ଡୁମଡୁମା ଅଞ୍ଚଳର ମାନସ ସାହୁ। କାଫେରେ ଅନାବଶ୍ୟକ ସାମଗ୍ରୀରୁ ଆଖି ଝଲସିବା ସାଜସଜ୍ଜା ହୋଇଛି। ଏକମାସ ସମୟ ଭିତରେ ନିଜ ହାତରେ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ମୁକ୍ତାକାଶ କାଫେ କରିଛନ୍ତି। ଏହାର ନଁା ଦେଇଛନ୍ତି ଡେରିଶ୍‌ କାଫେ। ଘରର ଛାତ ଉପରେ ଏଭଳି ଏକ ବର୍ଜ୍ୟବସ୍ତୁ କାଫେ ଖୋଲିଛନ୍ତି ମାନସ। ଭାଙ୍ଗିଯାଇଥିବା ପାଣି ଟାଙ୍କି ସ୍ଲାବ୍‌ରୁ ଡାଇନିଂ ଟେବୁଲ ପ୍ରସ୍ତୁତ ହୋଇଥିବାବେଳେ ପୁରୁଣା ଟାୟାର୍‌, ଅଖା ଓ ଘିଅ ଡବାରୁ ଭଳି କି ଭଳି ଫୁଲକୁଣ୍ଡ ତିଆରି ହୋଇଛି। ସେହିପରି ପୁରୁଣା ବୋତଲରେ ନାଲି ନେଳି ଆଲୋକ ଖଞ୍ଜାଯାଇ ଥୁଆ ହୋଇଛି। ଏଥିପାଇଁ ମାନସଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଛି। ବର୍ଜ୍ୟବସ୍ତୁ ସଂଗ୍ରହ କରି ସେଗୁଡ଼ିକରୁ ଘର ସଜ୍ଜା ସାମଗ୍ରୀ କରିବାରେ ତାଙ୍କୁ ମାସାଧିକାଳ ଲାଗିଛି। ରାସ୍ତାକଡ଼ରେ ଭାଙ୍ଗି ପଡ଼ିଥିବା ଜାଲିକୁ ନେଇ ଚର୍ତୁଃପାର୍ଶ୍ବ ସଜାଇଛନ୍ତି। ଜନ୍ମଦିନ ହେଉକି, କୌଣସି ବୈଠକ କିମ୍ବା ନିରୋଳାରେ ବସିବାକୁ ଇଚ୍ଛା ହେଲେ ଏହି ମୁକ୍ତାକାଶ କାଫେରେ ପହଞ୍ଚି ଯାଆନ୍ତି ଲୋକେ। ସହର ଭିତରେ ଥିବା ବାର୍‌ ଓ ରେସ୍ତୋରଁାରେ ଜନ୍ମଦିନ ପାଳିଲେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି।

- Advertisement -

ଭୟରେ ପିଲା ରାସ୍ତାକଡ଼ କିମ୍ବା ଖେଳପଡ଼ିଆରେ ଜନ୍ମଦିନ ପାଳନ କରୁଛନ୍ତି। ଅତ୍ୟଧିକ ଦେୟ ଓ କୋଳାହଳରୁ ମୁକ୍ତି ପାଇଁ ସହର ଉପକଣ୍ଠରେ ଥିବା ଏହି କାଫେରେ ଲୋକେ ଭିଡ଼ ଜମାଉଛନ୍ତି। ଏହା ପୁଣି ଦେୟମୁକ୍ତ। ଅର୍ଥାତ୍‌ ଏଠାରେ ବସିବାକୁ କୌଣସି ଟଙ୍କା ଦେବାକୁ ପଡ଼ିବନାହିଁ। ତା’ସହ ମାନସ ନିଜ ହାତରେ ସୁସ୍ବାଦୁ ଖାଇବା ତିଆରି କରୁଛନ୍ତି। ତାହା ପୁଣି କମ୍‌ ଟଙ୍କାରେ ଲୋକଙ୍କୁ ପରଷୁଛନ୍ତି। ସହରରେ ଦୋକାନ ଖଣ୍ଡାଏ କରିବାକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ହେଲେ ଘରର ଛାତ ଉପରେ ବର୍ଜ୍ୟବସ୍ତୁକୁ ନେଇ ମୁକ୍ତାକାଶ କାଫେ ତିଆରି କରି ଅନ୍ୟଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମାନସ। ପରିବେଶରେ ଏଣେତେଣେ ବର୍ଜ୍ୟବସ୍ତୁ ପଡ଼ିବା ଦେଖି ତାଙ୍କ ମନ ଭାରି ବିଚଳିତ ହୋଇଥିଲା। ଏନେଇ ସେ ହଠାତ୍‌ ଦିନେ ମନରେ ଚିନ୍ତାକଲେ ବର୍ଜ୍ୟବସ୍ତୁ ନେଇ ଘର ସଜ୍ଜା ସାମଗ୍ରୀ କଲେ କିପରି ହୁଅନ୍ତା। ଏହାପରେ ତାଙ୍କ ଭାବନାକୁ ବାସ୍ତବରୂପ ଦେବା ପାଇଁ ସେ ଲାଗିପଡ଼ିଥିଲେ ବୋଲି ମାନସ କହିଛନ୍ତି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories