www.samajalive.in
Saturday, December 13, 2025
17.1 C
Bhubaneswar

ସୁଜାତା ମହାପାତ୍ରଙ୍କୁ ବି‌ମୋହନା କଳା ସମ୍ମାନ

ଭୁବନେଶ୍ୱର : ବିମୋହନା କ୍ରିଏଟିଭ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ୪ର୍ଥ ବିମୋହନା କଳା ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦିନତମାମ ତିନୋଟି ଅଧିବେଶନରେ ଶିଳ୍ପୀମାନେ ସେମାନଙ୍କ କଳାଚାତୁରୀର ନିଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଆଇଓସିଏଲ କାର୍ଯ୍ୟକାରୀ ନିର୍ଦେଶକ ପି.ସି ଚୋବେ, ଡ. ଶାନ୍ତନୁ ରଥ, ପ୍ରଭାକର ମହାନ୍ତି, ହିରଣ୍ୟ ମହାନ୍ତି ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ମୀରା ଦାସ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ବିମୋହନା କଳା ସମ୍ମାନ-୨୦୨୦ ପ୍ରଦାନ କରାଯାଇଥିଲା। ଉତ୍ସବର ସକାଳ ଓ ଅପରାହ୍ଣ ଅଧିବେଶନରେ ପ୍ରାୟ ୪୦ରୁ ଅଧିକ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ନୃତ୍ୟସଙ୍ଗୀତ ପରିବେଷଣ କରିଥିଲେ। ସନ୍ଧ୍ୟା ଆରମ୍ଭ ହୋଇଥିଲା ମର୍ଦଳ ବାଦନରୁ। ଏହାକୁ ପରିବେଷଣ କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ଏଥିରେ ସେ ୧୬ ମାତ୍ରାରେ ଆଦିତାଳ ପରିବେଷଣ କରିଥିଲେ। ବୀଣା କେରମ୍, ସୁହାଗ ନଳିନୀ ଦାସ ପ୍ରମୁଖ ଶିଳ୍ପୀ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଭୁବନେଶ୍ୱର ଓଡ଼ିଶା ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀ ପବିତ୍ର କୁମାର ପ୍ରଧାନ ଓ ଶ୍ରୀଦତ୍ତା ଭୋଳା ନୃତ୍ୟ ପରିବେଷଣ କରିଥିଲେ। ସଂଯୁକ୍ତା ଦତ୍ତ ପ୍ରଧାନ ଓ ଶିବାକ୍ଷ ଫାଉଣ୍ଡେସନର କଳାକାରଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଶକୁ ରୁଦ୍ଧିମନ୍ତ କରିଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦେଶକ ରଶ୍ମିରଞ୍ଜନ ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories