ଉଡନ୍ତା ବିମାନରେ ସେଲଫି ନେବାରୁ ୪ ପାଇଲଟ୍ଙ୍କୁ କାମରୁ ବାରଣ କଲା ଜେଟ୍ ଏୟାରଓ୍ୱେଜ
ନୂଆଦିଲ୍ଲୀ: ସେଲଫି ଯୋଗୁଁ ୪ ଜଣ ପାଇଲଟ୍ଙ୍କୁ ଜେଟ୍ ଏୟାର ଓ୍ୱେଜ କାମରୁ ବାରଣ କରିଛି । ଏପ୍ରିଲ ୧୯ ତାରିଖରେ ଏକ ତାଲିମ ଦିଆଯାଉଥିବ ବିମାନରେ ଜଣେ ବରିଷ୍ଠ ପାଇଲଟଙ୍କ ସହ ୩ ଜଣ ତାଲିମ ନେଉଥିବା ପାଇଲଟ ସେଲଫି ଉଠାଇଥିଲେ । ଏହାକୁ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଘଟଣା ଜଣା ପଡିବା ପରେ ଜେଟ୍ ଏୟାରଓ୍ୱେଜ ୪ ଜଣ ପାଇଲଟଙ୍କୁ କୌଣସି ବିମାନ ଉଡାଇବ ପାଇଁ ବାରଣ କରିଛି । ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି ।
ଏହି ତାଲିମ ଦିଆଯିବା ବିମାନରେ କେହି ଯାତ୍ରୀ ନଥିଲେ । ଲେହରୁ ବିମାନକୁ ଦିଲ୍ଲୀ ଅଣାଯାଉଥିଲା । ମାତ୍ର ସୁରକ୍ଷା ଦୃଷ୍ଟିରୁ କାମରୁ ବାରଣ କରାଯାଇଥିବା ଜେଟ୍ ଏୟାରଓ୍ୱେଜ କହିଛି ।