ବିହାର ମୁଖ୍ୟ ଶାସନ ସଚିବ ହେଲେ ଦୀପକ କୁମାର

0

ପାଟନା : ବିହାର ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍‍ ଅଧିକାରୀ ଦୀପକ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୮୨ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ତଥା ବର୍ତ୍ତମାନର ରାଜ୍ୟ ମୁଖ୍ୟ ଶାସନ ସଚିବ ଅଞ୍ଜନୀ କୁମାର ସିଂହ ମଇ ୩୧ରେ ଚାକରିରୁ ଅବସର ଗ୍ରହଣ କରିବେ। ସେହିଦିନ ଅପରାହ୍ନରେ ୧୯୮୪ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଦୀପକ କୁମାର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦୀପକ କୁମାର ଏବେ ରାଜ୍ୟ ଉନ୍ନୟନ କମିଶନର ପଦରେ ଅଛନ୍ତି। ସେ ୨୦୧୭ ଜୁନ୍‍ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‍ଏଚ୍‍ଏଆଇ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ରରୁ ଡେପୁଟେସ୍‍ରୁ ଆସିବା ପରେ ରାଜ୍ୟ ସରକାର ତାଙ୍କୁ ଉନ୍ନୟନ କମିଶନ ଭାବେ ନିଯୁ୍‍କ୍ତି ଦେଇଥିଲେ। ଏବେ ତାଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ୧୯୮୫ ବ୍ୟାଚର ଆଇଏଏସ୍‍ ଅଧିକାରୀ ଶଶୀ ଶେଖର ଶର୍ମାଙ୍କୁ ଉନ୍ନୟନ କମିଶନ ପଦରେ ଅବସ୍ଥାପିତ କରାଯାଇଛି। ଏହାସହ ଶର୍ମାଙ୍କୁ ସାଧାରଣ ପ୍ରଶାସନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ଶର୍ମା ଚଳିତ ବର୍ଷ ଅଗଷ୍ଟ ୩୧ରେ ଚାକରିରୁ ଅବସର ନେଉଥିବାରୁ ସେ ମାତ୍ର ଦୁଇ ମାସ ପାଇଁ ଉଭୟ ପଦ ଦାୟିତ୍ୱରେ ରହିବେ।

Leave A Reply