www.samajalive.in
Friday, December 12, 2025
27.1 C
Bhubaneswar

କାର୍ଯ୍ୟାଳୟରେ କାମର ଚାପ କମ୍ କରନ୍ତୁ

ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପ୍ରତି ୧୫ଜଣରେ ୭ଜଣ ବ୍ୟକ୍ତି କାର୍ଯ୍ୟାଳୟରେ କାମର ଚାପରେ ଅତିଷ୍ଠ ହୋଇଯାଉଛନ୍ତି। ଏହି କାରଣରୁ ସେମାନେ ଅବସାଦ ରୋଗରେ ଆକ୍ରାନ୍ତ ହେବା ସହ ଚିଡ଼ଚିଡ଼ା ସ୍ବଭାବର ମଧ୍ୟ ହୋଇଯାନ୍ତି। ବିଶେଷଜ୍ଞଙ୍କ ମତରେ ନିଜ କାମକୁ ଆବଶ୍ୟକତାଠାରୁ ଅଧିକ ପ୍ରାଧାନ୍ୟ ଦେଲେ ହିଁ ଏଭଳି ସମସ୍ୟା ଉପୁଜିଥାଏ।
– ସପ୍ତାହରେ ଯେଉଁ ଗୋଟିଏ ଦିନ ଛୁଟି ମିଳୁଛି, ପରିବାର ସହ କେଉଁଆଡ଼େ ବୁଲିବାକୁ ଚାଲିଯାନ୍ତୁ। ଦେଖିବେ, ଫେରିବା ପରେ ଖୁବ୍ ଫୂର୍ତ୍ତି ଲାଗିବ।
– ନିଜ ବସ୍‌ଙ୍କ ତାଗିଦ୍‌କୁ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ। ଠିକ୍ ଭାବେ କାମ କଲେ ଆପଣଙ୍କର ହିଁ ପଦୋନ୍ନତି ହେବ, ଏହି ଚିନ୍ତାଧାରାରେ ଆଗେଇଯାନ୍ତୁ।
– ସହକର୍ମୀଙ୍କ ସହ ବନ୍ଧୁ ଭଳି ବ୍ୟବହାର କଲେ ହିଁ କାମର ଚାପ ଅନେକାଂଶରେ କମ୍ ହୋଇଥାଏ।
– ଅନ୍ୟ ଏକ ମୁଖ୍ୟ କଥା ହେଉଛି, କାମର ଚାପରେ ଅନେକ ନିଶାସେବନ କରିଥାନ୍ତି। ଏହା କୌଣସି ସମସ୍ୟାର ସମାଧାନ ନୁହେଁ। ବରଂ ଏଭଳି ବଦଭ୍ୟାସ କାରଣରୁ ଆପଣଙ୍କ ବ୍ୟକ୍ତିଗତ ଓ ଚାକିରି ଜୀବନ ଉଭୟ ପ୍ରଭାବିତ ହୋଇଥାଏ।
– ଘରକୁ ଫେରିବା ପରେ ଟିଭି ଦେଖନ୍ତୁ, ପତ୍ରିକା ପଢ଼ନ୍ତୁ ନଚେତ୍ ନିଜ ପିଲାଙ୍କ ସହ କିଛି ସମୟ କଟାନ୍ତୁ। ଆପଣଙ୍କ ଚାକିରି ଜୀବନର ଚାପ କେଉଁଆଡ଼େ ଚାଲିଯିବ, ଆପଣ ନିଜେ ମଧ୍ୟ ଜାଣିପାରିବେ ନାହିଁ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories