www.samajalive.in
Sunday, December 7, 2025
26.1 C
Bhubaneswar

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ମହାରାଷ୍ଟ୍ର ମହାମେଣ୍ଟରେ ମତଭେଦ, ଅଧିକ ବିଭାଗ ଚାହୁଁଛି କଂଗ୍ରେସ

ମୁମ୍ବଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାରର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଶିବସେନା-ଏନସିପି-କଂଗ୍ରେସ ମହାମେଣ୍ଟରେ ମତଦେଭ ସୃଷ୍ଟି ହୋଇଛି। ମନ୍ତ୍ରିମଣ୍ଡଳରେ ବିଭାଗ ଭାଗବଣ୍ଟାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଏନସିପି କୋଟାରୁ ଅଜିତ ପୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିପାରେ ବୋଲି ଆଲୋଚନା ହେଉଛି। ମାତ୍ର ରାଜ୍ୟ କଂଗ୍ରେସର ମୁଖ୍ୟ ତଥା ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାଟ ମନ୍ତ୍ରିମଣ୍ଡଳରେ ତାଙ୍କ ଦଳକୁ ମିଳିଥିବା ବିଭାଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କଂଗ୍ରେସ କୋଟାରୁ ମନ୍ତ୍ରୀଙ୍କୁ ଆଉ ୨/୩ଟି ବିଭାଗ ଦେବା ଉପରେ ବିଚାର କରନ୍ତୁ ବୋଲି ବାଲାସାହେବ କହିଛନ୍ତି।

ହେଲେ କେଉଁ ବିଭାଗ ନେବାକୁ କଂଗ୍ରେସ ଚାହୁଁଛି ତାହା କହିବାକୁ ବାଲାସାହେବ ମନା କରିଦେଇଛନ୍ତି। ତେବେ କଂଗ୍ରେସ ଗ୍ରାମୀଣ ବିକାଶ-କୃଷି ଏବଂ ଆବାସ ଓ ଉଦ୍ୟୋଗ ମନ୍ତ୍ରଣାଳୟ ନେବାକୁ ଦାବି କରୁଥିବା କୁହାଯାଇଛି। ଅନ୍ୟପଟେ ବାଲାସାହେବ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯଦି ଆମକୁ ଅତିରିକ୍ତ ବିଭାଗ କିଛି ମିଳେ, ତା’ହେଲେ କଂଗ୍ରେସ ଖୁସି ହେବ। ଆମକୁ ଆମର କେତେଜଣ ନେତା ଏବଂ ବିଧାୟକଙ୍କୁ ପଦବୀ ଦେବାର ଅଛି। ତେଣୁ ଆମକୁ ଅଧିକ ବିଭାଗ ଜରୁରୀ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି। କାରଣ ସେ ଆମ ମହାମେଣ୍ଟର ନେତା।

- Advertisement -

ସୂଚନାଯୋଗ୍ୟ, କଂଗ୍ରେସ ପ୍ରଥମରୁ ଉପମୁଖ୍ୟମନ୍ତ୍ରୀ ପଦବୀ ନେବାକୁ ଚାହୁଁଥିଲା। କିନ୍ତୁ ପରେ ବାଚସ୍ପତି ପଦବୀ ନେଲା। ମହାମେଣ୍ଟରେ ବିଭାଗ ବଣ୍ଟନ ଫର୍ମୁଲା ଅନୁସାରେ ଶିବସେନା ନିକଟରେ ମୁଖ୍ୟମନ୍ତ୍ରୀ ପଦବୀ ରହିଛି। ଏନସିପି ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଛି। ତେଣୁ କଂଗ୍ରେସକୁ ବାଚସ୍ପତି ପଦବୀ ମିଳିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories