www.samajalive.in
Monday, December 15, 2025
16.1 C
Bhubaneswar

ଭାଇ ସହ ଭାଇକୁ ଲଢ଼େଇ କରାଇଲେ ବିକାଶ ହୋଇପାରିବନି: ରାହୁଲ

ରାୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଛତିଶଗଡ଼ର ରାୟପୁରସ୍ଥିତ ସାଇନ୍ସ କଲେଜରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜାତୀୟ ଆଦିବାସୀ ମହୋତ୍ସବକୁ ଉଦ୍‌ଘାଟନ କରି ରାହୁଲ କହିଛନ୍ତି, ଭାଇକୁ ଭାଇ ସହିତ ଲଢ଼େଇ କରାଇଲେ ବିକାଶ ହୋଇପାରିବ ନାହିଁ। ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ରାହୁଲ କହିଥିଲେ, କୃଷକଙ୍କ ଆତ୍ମହତ୍ୟା, ଅର୍ଥନୀତିର ସ୍ଥିତି, ବେକାରୀ ସମସ୍ୟା ବିଷୟରେ ଆପଣମାନେ ସବୁ ଜାଣିଛନ୍ତି। ଆଦିବାସୀ ଏବଂ ପଛୁଆ ବର୍ଗକୁ ସାମିଲ କରା ନ ଗଲେ ଦେଶର ଅର୍ଥବ୍ୟବସ୍ଥାରେ ସୁଧାର କରାଯାଇପାରିବ ନାହିଁ। ଆମକୁ ସମସ୍ତଙ୍କୁ ଯୋଡ଼ି ଚାଲିବାକୁ ହେବ। କିନ୍ତୁ ଭାଇକୁ ଭାଇ ସହିତ ଲଢ଼େଇ କରାଇଲେ ବିକାଶ ସମ୍ଭବ ହେବନି। ଗତ ଗୁରୁବାର ରାହୁଲ ଅନୁରୂପ ଭାବେ ମୋଦୀଙ୍କୁ ଟାର୍ଗେଟ କରିବା ସହିତ ସେ ଆରଏସଏସର ପ୍ରଧାନମନ୍ତ୍ରୀ ବୋଲି କହିଥିଲେ। ଆରଏସଏସର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାରମ୍ବାର ମିଥ୍ୟା କହୁଛନ୍ତି ବୋଲି ରାହୁଲ ଟ୍ବିଟ୍‌ କରିଥିଲେ।

ସୂଚନାଯୋଗ୍ୟ, ଏହି ଆଦିବାସୀ ଜାତୀୟ ମହୋତ୍ସବ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍‌ଘାଟନୀ ଦିବସରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ଉପନେତା ଆନନ୍ଦ ଶର୍ମା, ରାଜ୍ୟସଭା ସଦସ୍ୟ ଅହମଦ ପଟେଲ ଏବଂ ମୋତିଲାଲ ବୋରା, ପୂର୍ବତନ ସାଂସଦ କେ.ସି. ବେଣୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ଲୋକସଭା ଅଧ୍ୟକ୍ଷ ମୀରା କୁମାର, ଛତିଶଗଡ଼ ବିଧାନସଭା ବାଚସ୍ପତି ଚରଣଦାସ ମହନ୍ତ ପ୍ରମୁଖ ଯୋଗଦେଇଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories