www.samajalive.in
Tuesday, December 9, 2025
15.1 C
Bhubaneswar

ଏସିଆ ଏକାଦଶରେ ପାକିସ୍ତାନ କ୍ରିକେଟର୍‌ ସାମିଲ ହେ​‌ବେ ନାହିଁ : ବିସିସିଆଇ

ନୂଆଦିଲ୍ଲୀ : ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରେହମାନ୍‌ଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏସିଆ ଏକାଦଶ ଓ ବିଶ୍ବ ଏକାଦଶ ମଧ୍ୟରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଆୟୋଜନ କରିବ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)। ତେବେ ଏସିଆ ଏକାଦଶରେ ଭାରତ ଓ ପାକିସ୍ତାନ ଦଳର କ୍ରିକେଟର୍‌ ଏକତ୍ର ଖେଳିବା ନେଇ ଅନିଶ୍ଚିତତା ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଭଲ ନ ଥିବାରୁ ଦୁଇ ଦେଶର କ୍ରିକେଟର୍‌ ଏକତ୍ର ଖେଳିବା ଅସମ୍ଭବ ମନେ ହେଉଛି। ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇ ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ କହିଛନ୍ତି ଏସିଆ ଏକାଦଶରେ କୌଣସି ପାକିସ୍ତାନ କ୍ରିକେଟର୍‌ଙ୍କୁ ସାମିଲ କରାଯିବ ନାହିଁ। ଏସିଆ ଏକାଦଶ ତରଫରୁ ଖେଳିବାକୁ ପାକିସ୍ତାନର କୌଣସି କ୍ରିକେଟର୍‌ଙ୍କୁ ଆୟୋଜକ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ନିମନ୍ତ୍ରଣ କରିନଥିବା ଜୟେଶ ସୂଚନା ଦେଇଛନ୍ତି।
ଭାରତ ତରଫରୁ କେଉଁ ୫ଜଣ କ୍ରିକେଟର୍‌ ଏସିଆ ଏକାଦଶକୁ ପ୍ରତିନିଧିତ୍ବ କରିବେ ସେ ସଂପର୍କରେ ନିଷ୍ପତ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନେବେ ବୋଲି ଜୟେଶ କହିଛନ୍ତି। ସୂଚନାଥାଉକି କିଛିଦିନ ତଳେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ସଭାପତି ଏହସାନ୍ ମାନି ନିଜ ପ୍ରତିକ୍ରିୟାରେ ଭାରତରେ ବିଦେଶ ରାଷ୍ଟ୍ର କ୍ରିକେଟ୍ ଖେଳିବା ବିପଜ୍ଜନକ ବୋଲି ମତ ଦେଇଥିଲେ। ଏହାକୁ ନେଇ ବିସିସିଆଇ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories