www.samajalive.in
Sunday, December 7, 2025
14.1 C
Bhubaneswar

ଭାରତର ଏହି ୪ଟି ସ୍ଥାନ; ମହା ଆଡମ୍ବରରେ ପାଳନ କରାଯାଏ ଖ୍ରୀଷ୍ଟମାସ

ଖ୍ରୀଷ୍ଟମାସ ଉତ୍ସବ କେବଳ ଯେ ବିଦେଶରେ ଧୁମଧାମରେ ପାଳନ ହୁଏ ତାହା ନୁହେଁ, ଭାରତରେ ମଧ୍ୟ ଅନେକ ଏଭଳି ସହର ରିହିଛି ଯେଉଁଠାରେ ବହୁ ଆଡମ୍ବର ସହ ଖ୍ରୀଷ୍ଟମାସ ଉତ୍ସବ ପାଳନ କରାଯାଏ। ଯଦି ଆପଣ ଖ୍ରୀଷ୍ଟମାସ ଛୁଟି କାଟିବାକୁ କିଛି ସହର ଖୋଜୁଛନ୍ତି ତେବେ ଭାରତର ଏହି ସବୁ ସହରକୁ ଆପଣ ବାଛିପାରିବେ। ତେବେ ଆସନ୍ତୁ ଜାଣିବା ଭାରତର ଏହି ୪ଟି ସହର ଯେଉଁ ଖ୍ରୀଷ୍ଟମାସ ବଡ ଧୁମଧାମରେ ପାଳନ କରାଯାଏ।
କୋଲକତା: ୧୯୧୧ ପର୍ଯ୍ୟନ୍ତ ବ୍ରିଟିଶ ସରକାରଙ୍କ ରାଜଧାନୀ ଥିବା କୋଲକତା ସହରବାସୀ ଖ୍ରୀଷ୍ଟମାସକୁ ନେଇ ବହୁତ ଉତ୍ସାହିତ ରହିଥାଆନ୍ତି। ଏଠାରେ ବସବାସ କରୁଥିବା ଶ୍ବେତାଙ୍ଗ ଖ୍ରୀଷ୍ଟିୟାନ ଖ୍ରୀଷ୍ଟମାସକୁ ବଡ ଆଡମ୍ବର ସହ ପାଳନ କରିଥାଆନ୍ତି। ଯଦି ଆପଣ ଚଳିତବର୍ଷ ଖ୍ରୀଷ୍ଟମାସ ଉତ୍ସବ ପାଳନ କରିବାକୁ ଚାହଁନ୍ତି, ତେବେ କୋଲକତାକୁ ବାଛିପାରିବେ। ଏଠାରେ କ୍ୟାଥୋଲିକ ଚର୍ଚ୍ଚରେ ପ୍ରାର୍ଥନା କରିବା ସହ ପାର୍କରେ ବୁଲି ପାରିବେ। ଏହା ସହ ଷ୍ଟ୍ରିଟ୍ ଫୁଡର ମଜା ମଧ୍ୟ ନେଇ ପାରିବେ।
କୋଚ୍ଚି: କୋଚ୍ଚିରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ଏହି କାରଣରୁ ସେଠାରେ କେତେକ ପୁରାତନ ଚର୍ଚ୍ଚ ଦେଖିବାକୁ ମିଳେ। ଖ୍ରୀଷ୍ଟମାସ ଅବସରରେ ସେଠାକାର ଗଳିକନ୍ଦିରେ ଖ୍ରୀଷ୍ଟମାସ ଟ୍ରି ଏବଂ ବଡ ବଡ ଷ୍ଟାର ବା ତାରକାରେ ସଜାଯାଇଥିବା ଦେଖିବାକୁ ମିଳେ। ଷୋଡଶ ଶତାବ୍ଦୀରେ ପ୍ରର୍ତ୍ତୁଗୀଜଙ୍କ ଦ୍ବାରା ନିର୍ମାଣ କରାଯାଇ ଥିବା ସେଣ୍ଟ ଫ୍ରାନ୍ସିସ ଚର୍ଚ୍ଚ ଭାରତର ସବୁଠୁଁ ପୁରାତନ ୟୁରୋପିୟନ ଚର୍ଚ୍ଚ।
ଗୋଆ: ଗୋଆ ପାର୍ଟି ହବ୍ ନାମରେ ବିଶ୍ବରେ ପରିଚିତ। ଖ୍ରୀଷ୍ଟମାସ ଅବସରରେ ଏହାର ଦୃଶ୍ୟ ଅତୀବ ମନୋରମ। ସମୁଦ୍ର ତଟ ବା ସି ବିଚ୍ ରୁ ଆରମ୍ଭ କରି ନାଇଟ୍ କ୍ଳବ୍ ପର୍ଯ୍ୟନ୍ତ ସବୁଠାରେ ଲୋକଙ୍କ ଭିଡ ଜମିଥାଏ। ଘରଠୁଁ ଆରମ୍ଭ କରି ବେକରୀ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠାରେ ପାମ୍ପରିକ ଖାଦ୍ୟର ଆସର ଜମିଥାଏ। ଏହା ଛଡା ସ୍ଥାନୀୟ ଚର୍ଚ୍ଚ ଗୁଡିକକୁ ମଧ୍ୟ ବହୁତ ସୁନ୍ଦର ଭାବରେ ସଜା ଯାଇଥାଏ।
ଶିମଳା: ଯଦି ଆପଣ ନିଜ ବଜେଟରେ ରହି ବରଫର ପାହଡ ମଧ୍ୟରେ ଖ୍ରୀଷ୍ଟମାସ ଉତ୍ସବ ପାଳିବାକୁ ଚାହୁଁଛନ୍ତି ତେବେ ଶିମଳା ଆପଣଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇପାରେ। ଶିମଳା ରୋମଣ୍ଟିକ ଡେଷ୍ଟିନେଶନ ଭାବରେ ପ୍ରସିଦ୍ଧ। ଏଠାରେ ବରଫର ଚାଦରରେ ଢାଙ୍କି ହୋଇଥିବା ପାହଡକୁ ଟଏ ଟ୍ରେନରେ ବୁଲିବାର ମଜା ନିଆରା।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories