ଟ୍ରକ୍ ପଛରୁ ପିଟିଲା ବସ୍, ୧୪ ଆହତ

0

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥ ଖଲ୍ଲିକୋଟ୍ ଟୋଲ ଗେଟ୍ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏକ ଟ୍ରକ୍ ପଛରୁ ଏକ ସରକାରୀ ବସ୍ ଧକ୍କା ଦେବା ଫଳରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସରକାରୀ ବସ୍ ଛଣମାରୀ ଠାରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଗାଡି ଚାଳକଙ୍କ ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Leave A Reply