ପୁଅକୁ ଟାଙ୍ଗିଆରେ ହାଣିଲା ବାପା, ପୁତ୍ରହନ୍ତା ବାପା ଗିରଫ

0

ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ରାଣୀବଗିଚାରେ ବସବାସ କରୁଥିବା ଜୈନିକ ୮୨ବର୍ଷ ବୃଦ୍ଧ ନିଜ ପୁଅର ଲଗାତାର ଅତ୍ୟାଚାରରେ ଅତିଷ୍ଟ ହୋଇ ଟାଙ୍ଗିଆରେ ହାଣି ହତ୍ୟା କରିବା ଘଟଣା ସମଗ୍ର ସହରରେ ଆଲୋଡ଼ନ ସୃଷ୍ଟି କରିଛି  । ଗତକାଲି ଏହି ସଂପର୍କରେ ଟାଉନ ଥାନାରେ ଏତଲା ହେବାରୁ ଭାରପ୍ରାପ୍ତ ଥାନା ଅଧିକାରୀ ହରମହୋନ ନାଏକ ପୁତ୍ରହନ୍ତା ପିତାକୁ ଗିରଫ କରିବା ସହ ହତ୍ୟା କାଣ୍ଡ୍‌ରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ତ୍ୱରାନ୍ନିତ କରିଥିବା ଜଣାପଡ଼ିଛି  ।

ପୁଲିସ ସୂତ୍ରରୁ ପ୍ରକାଶ, ରାଣୀବଗିଚାରେ ବସବାସ କରୁଥିବା ରାମ ବଢ଼େଇ(୮୨)ଙ୍କ ପତ୍ନୀ ଓ ଜ୍ୟେଷ୍ଟ ପୁତ୍ର କିଛି ବର୍ଷ ପୂର୍ବରୁ  ମୃତ୍ୟୁବରଣ କରିସାରିଛନ୍ତି । ତାଙ୍କର ୩ ପୁଅ ମଧ୍ୟରୁ ମଝିଆ ପୁଅ ଓ ସାନ ପୁଅ ପ୍ରତାପ ବଢ଼େଇ(୪୩) ଏକାଠି ରହୁଥିଲେ  । ପ୍ରତାପ ଅବିବାହିତ ଥିବା ବେଳେ ତାଙ୍କ ରୋଜଗାରର କିଛି ଠିକଠିକଣା ନଥିଲା ମାତ୍ର ଅଧିକାଂଶ ଦିନ ସେ ନିଶାଶକ୍ତ ହୋଇ ବୃଦ୍ଧ ପିତା ରାମ ବଢ଼େଇକୁ ଅତ୍ୟାଚାର କରିବା ସହ ବାଡିଆପିଟା ମଧ୍ୟ କରୁଥିଲେ  ।

ଗତ ୨୫ ତାରିଖ ଦିନ ପିତା ରାମ ବଢ଼େଇ ଓ ପୁତ୍ର ପ୍ରତାପ ସାଙ୍ଗେ ପାଟିତୁଣ୍ଡ ହୋଇ ଯୁକ୍ତିତର୍କ ହୋଇଥିଲା । ଏହିସମୟରେ ପ୍ରତାପ କୁଆଡ଼େ ପିତାଙ୍କୁ ହତ୍ୟା କରି ଦେବ ବୋଲି ଧମକ ଦେଇଥିଲା  । ପୁତ୍ରର ଏଭଳି ଧମକ ଓ କ୍ରମାଗତ ଅତ୍ୟାଚାରର ଶିକାର ହୋଇ ଆସୁଥିବା ବାପା ଏଥିରେ ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଟାଙ୍ଗିଆରେ ପୁତ୍ରକୁ ଦୁଇ ତିନି ଚୋଟ ପକାଇ ଦେଇଥିଲେ  । ଫଳରେ ସେ ଗୁରୁତର ଆହତ ହୋଇଥିଲେ  । ପ୍ରଥମେ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲ ଓ ପରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା  । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା  ।

 

Leave A Reply