www.samajalive.in
Monday, December 15, 2025
14.1 C
Bhubaneswar

ରାଜଧାନୀ ଦିଲ୍ଲୀର କପଡା ଗୋଦାମରେ ଅଗ୍ନିକାଣ୍ଡ,୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ଏକ କପଡ଼ା ଗୋଦାମରେ ନିଆଁ ଲାଗି ଯିବାରୁ ୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି ଦିଲ୍ଲୀର କିରାରି ଅଞ୍ଚଳରେ।ସୂଚନାଅନୁସାରେ ରବିବାର ମଧ୍ୟରାତ୍ରରେ କିରାରି ସ୍ଥିତ ଏକ କପଡ଼ା ଗୋଦାମରେ ନିଆଁ ଲାଗିଯାଇଥିଲା। ଏକ ଚାରି ମହଲା କୋଠାର ଘରର ତଳ ମହଲାରେ ଏହି ଗୋଦାମ ଥିଲା। ନିଆଁ ଲାଗିବା ଜାଣିବା ପରେ ଗୋଦାମ କର୍ମଚାରୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ନିଆଁର ପ୍ରକୋପ ପ୍ରଖର ଥିବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗୋଦାମରେ କାର୍ୟ୍ୟକରୁଥିବା ୯ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ଭସ୍ମିଭୂତ ହୋଇ ସାରିଥିଲା ।ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

- Advertisement -

 

ସୂଚନାଯୋଗ୍ୟ ଏହାପୂର୍ବରୁ ରାଜଧାନୀ ଦିଲ୍ଲୀର ସୂଚନାଯୋଗ୍ୟ ଜାତୀୟ ରାଜଧାନୀରେ ଚଳିତ ମାସ ଏହା ହେଉଛି ତୃତୀୟ ଥର ପାଇଁ ଅଗ୍ନିକାଣ୍ଡ ଘଟଣା । ଚଳିତ ମାସର ୮ ତାରିଖରେ ଅନାଜ ମଣ୍ଡିର ଅଗ୍ନିକାଣ୍ଡ ଅତି ଭୟଙ୍କର ଥିଲା । ଏକ କାରଖାନାରେ ନିଆଁ ଲାଗିଯିବାରୁ ୪୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଏହି ଅଗ୍ନିକାଣ୍ଡ ଘଟଣାର ଅଳ୍ପ କିଛି ଦିନ ପରେ ୧୪ ତାରିଖରେ ମୁଣ୍ଡକସ୍ଥିତ ଏକ କାରଖାନାରେ ନିଆଁ ଲାଗିଥିଲା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories