www.samajalive.in
Thursday, December 11, 2025
27.1 C
Bhubaneswar

ଝାଡ଼ଖଣ୍ଡରେ ଝୁଲା ବିଧାନସଭା ଆଶଙ୍କା; ଜେଭିଏମ, ଏଜେଏସୟୁ ସହ ବିଜେପିର ଆଲୋଚନା !

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ସୋମବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ୧୦ଟା ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳି ନ ଥିଲେ ହେଁ ବିଜେପି ଏବଂ କଂଗ୍ରେସ-ଜେଏମଏମ-ଆରଜେଡି ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଟାଇମ୍ସ ନାଓ ତଥ୍ୟକୁ ଦୃଷ୍ଟି ଦେଲେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ-ଜେଏମଏମ ମେଣ୍ଟ ୩୬ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୩୪ଟି ଆସରେ ଆଗୁଆ ରହିଛି। ଅନ୍ୟପଟେ ଜେଭିଏମ ଏବଂ ଏଜେଏସୟୁ ୪ଟି ଲେଖାଏ ଆସନରେ ଆଗୁଆ ରହିଛନ୍ତି। ତେବେ ଜେଭିଏମ ୬ଟି ଆସନରେ ବିଜୟୀ ହେବ ବୋଲି ବିଜେପି ଆଶା ରଖିଛି। ରାଜ୍ୟରେ ଝୁଲା ବିଧାନସଭା ହେବାର ଆଶଙ୍କା ରହିଥିବାରୁ ଏଥିପାଇଁ ବିଜେପି ନିଜକୁ ପ୍ରସ୍ତୁତ କରିବାକୁ ଉଦ୍ୟମ ଆରମ୍ଭ କରିଛି। ସରକାର ଗଠନ ଲାଗି ବିଜେପି ପ୍ରୟାସ କରିବା ସହିତ ଜେଭିଏମ ଏବଂ ଏଜେଏସୟୁ ସହିତ ଆଲେଚନା କରୁଥିବା ସୂଚନା ମିଳିଛି। ଏଜେଏସୟୁ ପୂର୍ବରୁ ବିଜେପିର ସହଯୋଗୀ ଦଳ ରହିଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ ଟିକଟ ବଣ୍ଟାକୁ କେନ୍ଦ୍ର କରି ଏଜେଏସୟୁ ବିଜେପିଠାରୁ ଅଲଗା ହୋଇଯାଇଥିଲା। ତେଣୁ ବିଜେପି କ୍ଷମତାକୁ ଫେରିବା ଲାଗି ଏଜେଏସୟୁ ଏବଂ ଜେଭିଏମର ସହାୟତା ନେଇପାରେ ବୋଲି କୁହାଯାଉଛି। କିନ୍ତୁ ଏହି ୨ଟି ଆଞ୍ଚଳିକ ଦଳ ବିଜେପିକୁ ସମର୍ଥନ କରିବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି।

ଅନ୍ୟପଟେ ଏଜେଏସୟୁ ବିଜେପି ସହିତ ମେଣ୍ଟ କରିବାକୁ ମଧ୍ୟ ସମ୍ପୂର୍ଣ୍ଣ ବିରୋଧ କରୁ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏଜେଏସୟୁ ବିଜେପିଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ ହେଁ ବିଜେପି ନୈତିକତା ଦୃଷ୍ଟିରୁ ଏଜେଏସୟୁ ମୁଖ୍ୟ ସୁଦେଶ ମାହତୋଙ୍କ ବିରୋଧରେ ପ୍ରାର୍ଥୀ ଦେଇ ନ ଥିଲା। ଏହି କାରଣରୁ ଏଜେଏସୟୁ ବିଜେପି ଆଡକୁ ଢଳିପାରେ ବୋଲି ଅନୁମାନ କରାଯାଉଛି। ଏଜେଏସୟୁ ୫୨ଟି ଆସନରେ ପ୍ରାର୍ଥୀ ଦେଇଥିଲାବେଳେ ଆଦିବାଦୀ ବହୁଳ ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଭଲ ସ୍ଥିତି ରହିଥିବା ଜଣାପଡ଼ିଛି।

- Advertisement -

ସେପଟେ କଂଗ୍ରେସ-ଜେଏମଏମ-ଆରଜେଡି ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହିତ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶାବାଦୀ ରହିଛନ୍ତି। ମହାମେଣ୍ଟ ବହୁମତ ହାସଲ କଲେ ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ। କାରଣ ଫଳାଫଳ ଆସିବା ପୂର୍ବରୁ ରାଞ୍ଚିରେ ମହାମେଣ୍ଟ ପକ୍ଷରୁ କିଛି ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଉଲ୍ଲେଖ ରହିଛି ଯେ, ‘ଝାଡ଼ଖଣ୍ଡ କି ପୁକାର ହୈ ଗଠବନ୍ଧନ କି ସରକାର ହୈ, ହେମନ୍ତ ଅବ୍‌ କୀ ବାର୍‌ ହୈ’। ଏଥିରୁ ବୁଝାପଡ଼ୁଛି ଯେ, ମହାମେଣ୍ଟକୁ ବହୁମତ ମିଳିଲେ ହେମନ୍ତ ମୁଖ୍ୟମନ୍ତ୍ରୀ ହେବେ।

ତେବେ ବିଜେପିର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଚଳିତ ନିର୍ବାଚନରେ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେଉଛନ୍ତି। ରଘୁବର ପୂର୍ବ ଜାମସେଦପୁର ଆସନରୁ ଲଢୁଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳର ବିଦ୍ରୋହୀ ନେତା ସାରୟୁ ରାୟ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିବାବେଳେ କେତେବେଳେ ରଘୁବର ତ କେତେବେଳେ ସାରୟୁ ଆଗୁଆ ରହୁଛନ୍ତି। ବହୁତ କମ୍‌ ବ୍ୟବଧାନରେ ଏହି ଆସନର ଫଳାଫଳ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories