www.samajalive.in
Tuesday, December 9, 2025
16.1 C
Bhubaneswar

କେଶଜନିତ ସମସ୍ତ ସମସ୍ୟା ଦୂର କରିବ ଏହି ମହୌଷଧୀ: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ବର୍ତ୍ତମାନ ସମୟରେ କେଶ ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ। ଦିନକୁ ଦିନ ବଢୁଥିବା ପ୍ରଦୂଷଣ, ମାନସିକ ଚାପ, ଖାଦ୍ୟପେୟରେ ଅନିୟମିତତା ଯୋଗୁଁ କେଶଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। କେଶରେ ରୂପି, କୁଣ୍ଡାଇହେବା, କେଶ ଝଡିବା, ଧଳା ହେବା ଆଦି ଅନେକ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ସାଜିଛି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଡାକ୍ତରଙ୍କ ପରାମର୍ଶ ନେବା ସହ ବଜାରରେ ମିଳୁଥିବା ଅନେକ ଦାମୀ ପ୍ରସାଧନ ସାମଗ୍ରୀର ମଧ୍ୟ ବ୍ୟବହାର କରି ଥାଆନ୍ତି। ହେଲେ ଏଥିରେ କାହାକୁ ସୁଫଳ ମିିଳେ ତ ଆଉ କାହାକୁ ମିଳେନାହିଁ। ଏହା ବ୍ୟତୀତ ପ୍ରସାଧନ ସାମଗ୍ରୀରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ କେଶ ଆହୁରି ଖରାପ ହୋଇଯାଏ। ତେବେ ଏପରି ଏକ ଘରୋଇ ଉପଚାର ଅଛି, ଯାହାଦ୍ବାରା କେଶଜନିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ। ଆଜି ଆମେ ଆପଣଙ୍କୁ ଘରୋଇ ଉପାୟରେ ପ୍ରସ୍ତୁତ ଏକ ତେଲ ବିଷୟରେ କହିବୁ, ଯାହା ଏସବୁ ସମସ୍ୟାରୁ ଖୁବ୍ କମ୍‌ ଦିନରେ ମୁକ୍ତି ଦେବ। ଆସନ୍ତୁ ଜାଣିବା ସେହି ତେଲ ବିଷୟରେ –

ଆବଶ୍ୟକ ସାମଗ୍ରୀ :

- Advertisement -

ଶୁଦ୍ଧ ନଡ଼ିଆ ତେଲ- ୧ କପ୍‌
ମନ୍ଦାର ଫୁଲ- ୮ରୁ ୧୦ଟି
ମନ୍ଦାର ପତ୍ର- ୧୦ଟି
ଛୋଟ ପିଆଜ- ୧/୨ କପ୍‌
ଭୃସଙ୍ଗପତ୍ର- ୫ରୁ ୬ଟି
ତୁଳସୀ ପତ୍ର- ୫ ରୁ ୬ଟି

ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ତମ୍ବା ପାତ୍ରରେ ନଡିଆ ତେଲ ପକାଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏହାପରେ ସେଥିରେ କଟାହୋଇଥିବା ଛୋଟ ପିଆଜକୁ ପକାନ୍ତୁ। ପିଆଜ ଯେପରି ନ ଜଳେ ଧ୍ୟାନ ରଖିବେ। ଏବେ ଏଥିରେ ଅନ୍ୟ ସବୁ ସମାଗ୍ରୀକୁ ପକାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ ଫୁଟାନ୍ତୁ। ଏହାକୁ ଥଣ୍ଡା ହେଲା ପରେ ଛାଣି ଦିଅନ୍ତୁ। ଏବେ ଏକ ପାତ୍ରରେ ଏହାକୁ ରଖି ନିୟମିତ ଭାବେ କେଶରେ ଲଗାନ୍ତୁ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories