ବଲିଉଡରେ ଡେବ୍ୟୁ କରିସାରିଛନ୍ତି ଶାହାରୁଖଙ୍କ ଦୁଇ ପୁଅ

0

ଶାହାରୁଖ ଖାନଙ୍କ ସାନ ପୁଅ ଅବରାମ ଙ୍କର ଆଜି ହେଉଛି ୫ମ ଜନ୍ମ ଦିବସ । ଅବରାମଙ୍କ ଲୁକସ୍ ଦେଖି କିଛି ଲୋକ ମତ ପ୍ରକାଶ କରନ୍ତି ଯେ, ବାପା ଶାହାରୁଖ ପରି ସେ ମଧ୍ୟ ଦିନେ ବଲିଉଡରେ ରାଜ କରିବେ । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଅବରାମ ଏକ ବର୍ଷ ବୟସରୁ ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ଆଶ୍ଚର୍ଯ୍ୟ ହେଉଛନ୍ତି କି, କଥାଟା ସତ । ୪ ବର୍ଷ ପୂର୍ବରୁ ଶାହାରୁଖଙ୍କ ସହ ଏକ ଫିଲ୍ମରେ ଅବରାମ ନଜର ଆସିଥିଲେ ।

୨୦୧୪ ମସିହାରେ ରିଲିଜ୍ ହୋଇଥିବା ‘ହାପି ନ୍ୟୂ ଇୟର’ ଫିଲ୍ମ ଜରିଆରେ ଅବରାମ ବଲିଉଡରେ ଏଣ୍ଟ୍ରି କରିଥିଲେ । ଫିଲ୍ମ ଶେଷରେ ଥିବା ଗୀତରେ ଶାହାରୁଖ ଖାଁ ସହ ଡ୍ୟାନ୍ସ କରୁଥିବା ଅବରାମ ନଜର ଆସିଥିଲେ । ଆଜି ପୁଅ ଜନ୍ମ ଦିନ ଅବସରରେ ଗୌରୀ ସୋସିଆଲ ମିଡିଆରେ ସେହି ଫଟୋ ସେୟାର କରିବା ସହ ”Happy bday, my gorgeous” ଲେଖିଥିଲେ ।

ସେହିପରି ବଡ ପୁଅ ଆର୍ଯନ ମଧ୍ୟ ଶାହାରୁଖ ଖାନଙ୍କ ସହ ଏକ ଫିଲ୍ମରେ ଡେବ୍ୟୁ କରିଥିଲେ । ‘କଭି ଖୁସି କଭି ଗମ୍’ ଫିଲ୍ମରେ ଶାହାରୁଖଙ୍କ ପିଲା ବେଳର ଭୂମିକାରେ ନଜର ଆସିଥିଲେ ।

Leave A Reply