www.samajalive.in
Sunday, December 14, 2025
19.1 C
Bhubaneswar

୩ ବର୍ଷରେ ୪ଲକ୍ଷ ପେସାଦାରଙ୍କୁ ତାଲିମ୍‍ – ୪୨୬ କୋଟି ଦେବ କେନ୍ଦ୍ର

ନୂଆଦିଲ୍ଲୀ: ୪ଲକ୍ଷ ପେସାଦାରଙ୍କୁ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ, ବ୍ଲକ୍‍ ଚେନ୍‍ ଓ ସାଇବର ନିରାପତ୍ତା କ୍ଷେତ୍ରରେ ଆସନ୍ତା ୩ ବର୍ଷ ମଧ୍ୟରେ ଦକ୍ଷତା ବୃଦ୍ଧି ତାଲିମ୍‍ ଦେବା ପାଇଁ ସରକାର ୪୨୬ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଆଇ.ଟି. ମନ୍ତ୍ରଣାଳୟ ଓ ନାସକମ୍‍ ଦ୍ୱାରା ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯିବ। ଭାରତରେ ଡିଜିଟାଲ୍‍ ପ୍ରତିଭାର ବିକାଶ ପାଇଁ ଏହି ପଦକ୍ଷେପ ନିଆଯାଉଛି।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି କାର୍ଯ୍ୟକ୍ରମ ନିଯୁକ୍ତି ବୃଦ୍ଧି କରିବା ସଂଗେ ସଂଗେ ପ୍ରତିଭାଶାଳୀ ବିଦ୍ୟାର୍ଥୀମାନଙ୍କୁ ଡିଜିଟାଲ୍‍ କ୍ଷେତ୍ରରେ ଅଗ୍ରଗାମୀ କରାଇବ। ଭାରତ ଡିଜିଟାଲ୍‍ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ନିଜର ସ୍ଥାନରେ ଉନ୍ନତି ଆଣିବା ପାଇଁ ଯଥାସମ୍ଭବ ପ୍ରୟାସ ଚଳାଇଛି ଓ ୨୦୩୦ ସୁଦ୍ଧା ୯୦ ନିୟୁତ ଲୋକଙ୍କୁ କର୍ମଜୀବୀ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories