www.samajalive.in
Sunday, December 14, 2025
14.1 C
Bhubaneswar

ମହିଳାଙ୍କୁ ସମ୍ମାନ – ନବୀନ ଆରମ୍ଭ କଲେ ‘ଜଳସାଥୀ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଳସାଥୀ ଭାବରେ ମା’ମାନେ ଲୋକଙ୍କ ବିଶ୍ୱାସ ଓ ଭରସା ହାସଲ କରିବା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ। ସେ କହିଛନ୍ତି, ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭ କରି ଛତୁଆ ଯୋଗାଣ, ବିଦ୍ୟୁତ୍‍ ମିଟର ରିଡିଙ୍ଗ୍‍ ପରି ଅନେକ ଦାୟିତ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଦେଇଛନ୍ତି ଏବଂ ସେମାନେ ମଧ୍ୟ ସଫଳତାର ସହ ତାହା ନିର୍ବାହ କରୁଛନ୍ତି। ତେଣୁ ପ୍ରତି ପରିବାରକୁ ପାଇପ୍‍ ପାଣି ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀମାନେ ସଫଳତାର ସହ ଆଗେଇ ନେବେ ବୋଲି ନବୀନ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀମାନଙ୍କୁ ଜଳର ମାନ ପରୀକ୍ଷା କିଟ୍‍ ଓ ପିଓଏସ୍‍ ମେସିନ୍‍ ବଣ୍ଟନ କରିଥିଲେ।

ଏହି ଯୋଜନାରେ ଜଳସାଥୀମାନେ ଘରକୁ ଘର ବୁଲି ଲୋକଙ୍କୁ ନୂତନ ଜଳ ସଂଯୋଗ ଦେବାରେ ସାହାଯ୍ୟ କରିବେ। ମାସକୁ ମାସ ଜଳ ଯୋଗାଣ ଦେୟ ଆଦାୟ କରିବେ ଏବଂ ନିଜ ଅଞ୍ଚଳରେ ନିୟମିତ ଭାବରେ ଜଳର ମାନ ପରୀକ୍ଷା କରିବା ସହିତ ଜନସାଧାରଣଙ୍କର ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ସହଯୋଗ କରିବେ। ଏହି କାର୍ଯ୍ୟକ୍ରମ ଆଜିଠାରୁ ଭୁବନେଶ୍ୱରର ୮ଟି ୱାର୍ଡ଼ରେ ଆରମ୍ଭ କରାଯାଇଛି। ଏଥି ପାଇଁ ୱାଟକୋ ଓ ମହିଳା ସ୍ୱୟଂ ସହାୟକ ମହାସଂଘ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ସହରାଞ୍ଚଳରେ ସମ୍ପୂର୍ଣ୍ଣ ଭାବରେ ଏହା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ୧୨ ଲକ୍ଷରୁ ଅଧିକ ପରିବାରକୁ ଦୈନିକ ୯୦୦ ନିୟୁତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଦ୍ୱାରା ପ୍ରାୟ ୭୦ ଲକ୍ଷ ଲୋକ ଉପକୃତ ହେବେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories