ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁଲିସର ମାଡ଼ ଘଟଣାର ପ୍ରତିବାଦ ଏବଂ ଦେଶରେ ମହିଳାଙ୍କୁ ସୁରକ୍ଷା ଦାବିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ଧାରଣା ଦେଇଛନ୍ତି। ସୋମବାର ଅପରାହ୍ନରେ ପ୍ରିୟଙ୍କା ତାଙ୍କ ସହଯୋଗୀମାନଙ୍କ ସହିତ ଇଣ୍ଡିଆ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଅବସରରେ ପ୍ରିୟଙ୍କା କହିଛନ୍ତି ଯେ, ଏହି ଦେଶର ଭୂସମ୍ପତ୍ତି ଗୁଣ୍ଡାମାନଙ୍କର ନୁହେଁ। ସୂଚନାଯୋଗ୍ୟ, ଗତ ରବିବାର ନାଗରିକତା ଆଇନ ବିରୋଧରେ ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଥିବାବେଳେ ହିଂସାତ୍ମକ ରୂପ ନେଇଥିଲା। ଛାତ୍ରଛାତ୍ରୀ ଏବଂ ପୁଲିସ ମଧ୍ୟରେ ଗଣ୍ଡଗୋଳ ହେବା ପରେ ପୁଲିସ ସେମାନଙ୍କୁ ଲାଠି ମାଡ଼ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏଥିରେ ଛାତ୍ରଙ୍କ ସମେତ ଅନେକ ଛାତ୍ରୀ ବି ଆହତ ହୋଇଥିଲେ। ଛାତ୍ରୀମାନଙ୍କ ଉପରେ ଏଭଳି ଆକ୍ରମଣକୁ ପ୍ରିୟଙ୍କା ନିନ୍ଦା କରିବା ସହିତ ଦୃଢ଼ ବିରୋଧ କରିଛନ୍ତି।
Popular Categories



