www.samajalive.in
Wednesday, December 10, 2025
23.1 C
Bhubaneswar

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଦୀର୍ଘ ବୈଠକ ; ବିନା ବୁଝାମଣାରେ ଶେଷ

ମାଦ୍ରିଦ : ଜାତିସଂଘର ଦୀର୍ଘତମ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବୈଠକ ମାଦ୍ରିଦରେ କୌଣସି ବୁଝାମଣା ବିନା  ଶେଷ ହୋଇଛି।  ପର୍ବତର ମୂଷିକ ପ୍ରସବ ଏହି ଆଲୋଚନାରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ସଂକ୍ରାନ୍ତରେ କୌଣସି ବୁଝାମଣା ହୋଇପାରି ନାହିଁ । ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଏହି ବୈଠକରେ ଅଂଶଗ୍ରହଣ କରିଥିବା ପ୍ରାୟ ୨ଶହରୁ ଅଧିକ ଦେଶ ଅଙ୍ଗାରକାମ୍ଳ ଗ୍ୟାସ୍‍ ନିର୍ଗମନ ହ୍ରାସ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି। ପ୍ୟାରିସ​ରେ ୨୦୧୫ରେ ଅନୁଷ୍ଠିତ ରାଜିନାମାରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପାଳନ କରିବାରେ ମଧ୍ୟ ଏହା ବିଫଳ ହୋଇଛି।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‍ ପୃଥିବୀର ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯାଇଛି ବୋଲି କହିଛନ୍ତି । ପ୍ରାୟ ଦୁଇସପ୍ତାହ ଧରି ଚାଲିଥିବା ଏହି ଆଲୋଚନା ବୈଠକ କୌଣସି ରାଜିନାମା ସ୍ୱାକ୍ଷର ହେବା ବିନା ରବିବାର ରାତି​ରେ ଶେଷ ହୋଇଛି ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories