www.samajalive.in
Wednesday, December 10, 2025
16.1 C
Bhubaneswar

ଇଣ୍ଡିଆ ଗେଟ୍‌ରେ ପ୍ରିୟଙ୍କା ଗାନ୍ଧୀଙ୍କ ଧାରଣା

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁଲିସର ମାଡ଼ ଘଟଣାର ପ୍ରତିବାଦ ଏବଂ ଦେଶରେ ମହିଳାଙ୍କୁ ସୁରକ୍ଷା ଦାବିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଧାରଣା ଦେଇଛନ୍ତି। ସୋମବାର ଅପରାହ୍ନରେ ପ୍ରିୟଙ୍କା ତାଙ୍କ ସହଯୋଗୀମାନଙ୍କ ସହିତ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଅବସରରେ ପ୍ରିୟଙ୍କା କହିଛନ୍ତି ଯେ, ଏହି ଦେଶର ଭୂସମ୍ପତ୍ତି ଗୁଣ୍ଡାମାନଙ୍କର ନୁହେଁ। ସୂଚନାଯୋଗ୍ୟ, ଗତ ରବିବାର ନାଗରିକତା ଆଇନ ବିରୋଧରେ ଜାମିଆ ମିଲିଆ ଇସଲାମିଆ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଥିବାବେଳେ ହିଂସାତ୍ମକ ରୂପ ନେଇଥିଲା। ଛାତ୍ରଛାତ୍ରୀ ଏବଂ ପୁଲିସ ମଧ୍ୟରେ ଗଣ୍ଡଗୋଳ ହେବା ପରେ ପୁଲିସ ସେମାନଙ୍କୁ ଲାଠି ମାଡ଼ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏଥିରେ ଛାତ୍ରଙ୍କ ସମେତ ଅନେକ ଛାତ୍ରୀ ବି ଆହତ ହୋଇଥିଲେ। ଛାତ୍ରୀମାନଙ୍କ ଉପରେ ଏଭଳି ଆକ୍ରମଣକୁ ପ୍ରିୟଙ୍କା ନିନ୍ଦା କରିବା ସହିତ ଦୃଢ଼ ବି​‌ରୋଧ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories