ଗୌହାଟୀ : ଆସାମର ଗୌହାଟୀ ସହରରେ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି । ସେଠାରୁ ସୋମବାର ଦିନବେଳା ସାନ୍ଧ୍ୟ ଆଇନ ପ୍ରତ୍ୟାହାର କରିନିଆଯାଇଛି । ସହରରେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଖୋଲାଥିବାବେଳେ ସଡ଼କରେ ଯାନବାହନ ସ୍ବଭାବିକ ଭାବେ ଚଳାଚଳ କରୁଛି ।
ଦିବ୍ରୁଗଡ଼ରେ ମଧ୍ୟ ଆଜି ଦିନବେଳା ସାନ୍ଧ୍ୟ ଆଇନକୁ କୋହଳ କରାଯାଇଛି । କିନ୍ତୁ ସେଠାରେ କାମ୍ରୁଫ୍ମେଟ୍ରୋ ସମେତ କିଛି ସ୍ଥାନରେ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ସ୍କୁଲ୍ଗୁଡ଼ିକ ବନ୍ଦ ରହିବ। ପରିସ୍ଥିତିରେ ଅଧିକ ଉନ୍ନତି ଘଟିଲେ ସେଠାରୁ ମଧ୍ୟ ଦିନବେଳା ସାନ୍ଧ୍ୟ ଆଇନ ପ୍ରତ୍ୟାହାର କରିନିଆଯିବ। ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ହିଂସାକାଣ୍ଡରେ ଲିପ୍ତ ଥିବା ୧୮୦ ଜଣ ଦୁର୍ବୃତ୍ତଙ୍କୁ ପୁଲିସ୍ ଗିରଫ କରିଛି।
ଆସାମ ପରିସ୍ଥିତି ସ୍ବଭାବିକ : ଦିନବେଳା ସାନ୍ଧ୍ୟ ଆଇନ ପ୍ରତ୍ୟାହାର
Popular Categories



