ଭୁବନେଶ୍ବରରେ ପହଞ୍ଚିଥିଲେ ମୋଦି

0

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅପରାହ୍ନ ୪.୨୫ରେ  ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ବାୟୁସେନାର ସ୍ବତନ୍ତ୍ର ବିମାନ ରାଜକମଲରେ ସେ ଦିଲ୍ଲୀରୁ ଆସିଥିଲେ।

ରାଜ୍ୟପାଳ ସତ୍ୟପାଲ ମଲିକ ତାଙ୍କୁ  ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ ପୁଲିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ମଧ୍ୟ ତାଙ୍କୁ  ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ପରେ ସେ ବାୟୁସେନା ହେଲିକପ୍ଟରରେ କଟକ ଅଭିମୁଖେ ବାହାରିଛନ୍ତି।

Leave A Reply