www.samajalive.in
Sunday, December 14, 2025
17.1 C
Bhubaneswar

୬ ରାଜ୍ୟରେ ଲାଗୁ ହେବନି ନାଗରିକତା ସଂଶୋଧନ ବିଲ

ରାୟପୁର : ନାଗରିକତା ସଂଶୋଧନ ବିଲକୁ ନେଇ ଏବେ ବିରୋଧୀଦଳ ପକ୍ଷରୁ ଲଗାତାର ବିରୋଧ ଜାରି ରହିଛି । ଏହା ସହିତ ପୂର୍ବୋତ୍ତର ଭାରତରେ ମଧ୍ୟ ଏହାକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟ ଜାରି ରହିଛି । କଂଗ୍ରେସ ଏହାକୁ ଅସାମ୍ବିଧାନିକ ଆଖ୍ୟ ଦେଇଛି। ଅନ୍ୟପକ୍ଷରେ କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଲକୁ ନେଇ ସେମାନେ ନିଜ ଦଳର ଆଭିମୁଖ୍ୟକୁ ସମର୍ଥନ କରୁଛନ୍ତି।


ସେହିପରି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବିଲକୁ ନିଜ ରାଜ୍ୟରେ ଲାଗୁ ନ କରିବା ପାଇଁ କହିଛନ୍ତି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ଯେ, ନାଗରିକତା ସଂଶୋଧନ ବିଲକୁ ନେଇ କଂଗ୍ରେସ ଦଳ ଯାହା ନିଷ୍ପତ୍ତି ନେବ, ଆମେ ତାହାକୁ ପାଳନ କରିବୁ। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି କି ନାଗରିକତା ସଂଶୋଧନ ବିଲକୁ ନେଇ କଂଗ୍ରେସର ଆଭିମୁଖ୍ୟ ଠାରୁ ଆମେ ଭିନ୍ନ ନୁହେଁ । ଆମେ ଏହି ବିଲକୁ ବିରୋଧ କରୁଛୁ, କାରଣ ଏହା ହେଉଛି ଅସମ୍ବିଧାନିକ।

- Advertisement -


ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ରାଜସ୍ୱ ଓ ଶକ୍ତି ମନ୍ତ୍ରୀ ବାଲା ସାହେବ ଥୋରାଟ କହିଛନ୍ତି, ଆମେ ନିଜ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ନୀତିକୁ ପାଳନ କରିବୁ। ନିଜ ଦଳର ଆଭିମୁଖ୍ୟକୁ ଆମେ ସମ୍ମାନ ଦେବୁ।


ସେହିପରି ଶିବସେନା ନେତା ତଥା ଗୃହ ଓ ସହରାଞ୍ଚଳ ମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଶିବସେନା ଉପରେ କୌଣସି ଚାପ ନାହିଁ ଏବଂ ଚାପ ମଧ୍ୟ ରହିବ ନାହିଁ । ତେବେ ଜନତାଙ୍କ ହିତ ପାଇଁ ନିଷ୍ପତ୍ତି ନେବାକୁ ଉଦ୍ଧବ ଠାକରେ ବେଶ ସକ୍ଷମ।


ପୂର୍ବରୁ ପଶ୍ଚିମବଙ୍ଗ, ପଞ୍ଜାବ ଏବଂ କେରଳ ସରକାର ନିଜ ରାଜ୍ୟରେ ଏହି ବିଲ୍‍ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହିଭଳି ଭାବେ ଦେଶର ଏହି ୬ଟି ରାଜ୍ୟରେ ଏହି ବିଲକୁ ଲାଗୁ ହେବ ନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରମ୍ଭରୁ ହିଁ ଏହି ବିଲକୁ ବିରୋଧ କରୁଛନ୍ତି, ଯେ କୌଣସି ପରିସ୍ଥିତିରେ ଏହି ବିଲକୁ ଲାଗୁ ନକରିବା କଥା ସେ କହିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହାକୁ ବିରୋଧ କରୁଥିବା ସ୍ପଷ୍ଟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories