ଲକ୍ଷ୍ମୀପୁର : ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ଊନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ହାଇସ୍କୁଲରେ ଛାତ୍ରୀ ଗର୍ଭବତୀ ଘଟଣାରେ ଉପ ଅଧୀକ୍ଷକ ତଥା ସହକାରୀ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଗୁରୁବାର ଜିଲାପାଳ ମଧୁସୂଦନ ମିଶ୍ର ନିଲମ୍ବିତ କରିଛନ୍ତି। ଏଭଳି ସମ୍ବେଦନଶୀଳ ଖବର ପାଇ ଜିଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲା ଶିଶୁ ସୁରକ୍ଷା ସଂସ୍ଥାର ମୁଖ୍ୟ ରାଜଶ୍ରୀ ଦାସ ଓ ଜଣେ ମହିଳା ଡାକ୍ତର ଗତ ୭ତାରିଖ ଦିନ ବୁର୍ଜା ହାଇସ୍କୁଲରେ ଆବାସିକ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିବା ସହିତ ଏନେଇ ଲକ୍ଷ୍ମୀପୁର ପୁଲିସକୁ ଜଣାଇଥିଲେ । ପରେ ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଉଭୟ ଜିଲା ମଙ୍ଗଳ ଅଧିକାରୀ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କ ଯୌଥ ତଦନ୍ତ ରିପୋର୍ଟ ପ୍ରଦାନ ପରେ କାର୍ଯ୍ୟରେ ଅବହେଳା ପାଇଁ ସହକାରୀ ମହିଳା ଶିକ୍ଷୟିତ୍ରୀ ତଥା ଉପ ଅଧୀକ୍ଷକ ପଦ୍ମାବତୀ ହନ୍ତାଳଙ୍କୁ ଜିଲାପାଳ ନିଲମ୍ବିତ କରିଛନ୍ତି। ଏଥିସହିତ କାର୍ଯ୍ୟରେ ଅବହେଳା ପାଇଁ ଆଉ କିଛି ଶିକ୍ଷକଙ୍କ ସମେତ ଅନ୍ୟ କେତେକଙ୍କ ପାଳି ପଡିପାରେ ବୋଲି ଆଲୋଚନା ହେଉଛି।
ବୁର୍ଜା ହାଇସ୍କୁଲରେ ଛାତ୍ରୀ ଗର୍ଭବତୀ ଘଟଣା : ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ
Popular Categories



